38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶବାୟୁପ୍ରଦୂଷଣର ଯୋଗୁଁ ବିପଜ୍ଜନକ ସ୍ଥିତିରେ ରାଜଧାନୀ

ବାୟୁପ୍ରଦୂଷଣର ଯୋଗୁଁ ବିପଜ୍ଜନକ ସ୍ଥିତିରେ ରାଜଧାନୀ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ଦ୍ୱାରା ବାଣ ଫୁଟାଇବାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିଲେ ବି ଲୋକମାନେ ଏହାକୁ ମାନି ନଥିଲେ ଓ ଅଧିକ ବାଣ ଫୁଟାଇଥିଲେ । ଏହାର ପରିମାଣ ସ୍ୱରୂପ ଆଜି ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ବିପଦ ସ୍ତରରେ ପହଞ୍ଚିଛି । ଗୁରୁବାର ଦିଲ୍ଲୀ ଓ ତାର ଆଖପାଖ ଅଞ୍ଚଳରେ ଆକାଶ ଧୁଆଁମୟ ହୋଇଥିଲା । ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ‘ଗମ୍ଭୀର’ ଶ୍ରେଣୀରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ଯଦି ଆପଣ ଆଜି ଘରୁ ବାହାରକୁ ଯିବାକୁ ଚିନ୍ତା କରୁଛନ୍ତି, ତେବେ ବାହାରନ୍ତୁ ନାହିଁ ।

ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହିଁ କେବଳ ଘରୁ ବାହାରକୁ ଯାଆନ୍ତୁ । ତେବେ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ବିପଜ୍ଜନକ ଶ୍ରେଣୀରେ ପହଞ୍ଚିଛି, ଯେଉଁଥିରେ ଅକ୍ଷରଧାମ ବି ସାମିଲ ରହିଛି । ଗତକାଲି ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ଅକ୍ଷରଧାମ ମନ୍ଦିର ଆଜି ଧୂଆଁ ଯୋଗୁଁ ଦୃଶ୍ୟମାନ ହେଉନାହିଁ । ଏଠାରେ ଏକ୍ୟୁଆଇ ହେଉଛି ୮୧୦ ଓ ପିଏମ ୨.୫ ।

ଗତକାଲି ସେହି କ୍ଷେତ୍ରରେ ଏକ୍ୟୁଆଇ ୩୦୦ ରୁ ୪୦୦ ମଧ୍ୟରେ ଥିଲା। ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି । ଏହା ବ୍ୟତୀତ ମନ୍ଦିର ରାସ୍ତାରେ ଏକ୍ୟୁଆଇ ୮୧୮, ଅନନ୍ଦ ବିହାରରେ ୭୦୯, ପୁସାରେ ଏକ୍ୟୁଆଇ ୯୯୯ ରେକର୍ଡ କରାଯାଇଛି । ଏକ୍ୟୁଆଇ ମାପିବା ବେଳେ ସବୁଠାରୁ ଅଧିକ ୯୯୯ ରେକର୍ଡ କରାଯାଏ । ଦିଲ୍ଲୀର ଏଭଳି ପରିସ୍ଥିତି ଯୋଗୁଁ ଶିଶୁ ଓ ବୃଦ୍ଧ ଲୋକମାନେ ବିଶେଷ ପ୍ରଭାବିତ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking