ଅଦିନିଆ ବର୍ଷା ରେ ଗୁଡାରି ବେହାଲ

ରାୟଗଡା : ଅଦିନିଆ ବର୍ଷାରେ ରାୟଗଡା ଜିଲ୍ଲା ଗୁଡାରି ସହର ବେହାଲ । ଗୁଡାରି ଧୋବା ସାହିରେ କିଛି ଲୋକଙ୍କ ଘରେ ବର୍ଷାପାଣି ପଶି ଯାଇଥିବା ଜଣାପଡିଛି । ପ୍ରବଳ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି । ଅନ୍ୟ ପକ୍ଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଠିକ ସମୟରେ ଡ୍ରେନେଜ ପରିଷ୍କାର ପରିଛନ ନ କରିବାରୁ ଜଳ ନିଷ୍କାସିତ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ରେ ସୁଧାର ଆଣିବାକୁ ସାଧାରଣରେ ଦାବି ହେଉଛି । ସେହିପରି ଗୁଣୁପୁର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୧ ମରାଠିଗୁଡା ନୀଳକଣ୍ଠ ନଗର ସାହି ରେ ଘର ଆଗରେ ଓ ବାଡି ପଛରେ ଡ୍ରେନ ନଥିବାରୁ ବର୍ଷା ପାଣି ଓ ଅଳିଆ ଆବର୍ଜ୍ଜନା ଘର ମାନଙ୍କରେ ପଶି ରହିଥିବାର ଦେଖା ଯାଇଥିଲା ।
https://onakhabar.com/2020/02/08/bhasapola-vessel-stuck/