27.1 C
Bhubaneswar
Friday, March 29, 2024
Homeଓଡିଶାଅନନ୍ୟ ପ୍ରତିଭା ଡକ୍ଟର ଏପିଜେ ଅବଦୁଲ କଲାମ୍‌

ଅନନ୍ୟ ପ୍ରତିଭା ଡକ୍ଟର ଏପିଜେ ଅବଦୁଲ କଲାମ୍‌

ଡକ୍ଟର ଏପିଜେ ଅବଦୁଲ କଲାମ । ଯାହାର ପୁରା ନାଁ ହେଉଛି ଅଭୁଲ ଫକିର ଜାଇନୁଲାବଦିନ୍ ଅବଦୁଲ କଲାମ । ଅକ୍ଟୋବର ୧୫ ତାରିଖ ୧୯୩୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଏପିଜେ କଲାମ ଥିଲେ ଜଣେ ଏରୋସ୍ପୋସ ସାଇଂଟିଷ୍ଟ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଥିଲେ ଭାରତର ୧୧ତମ ରାଷ୍ଟ୍ରପତି । ଯଦି ଆମେ ତାଙ୍କ ପିଲାବେଳ କହିବା ତାହେଲେ ତାଙ୍କର ଜନ୍ମ ସହ ପିଲାବେଳା ସବୁକିଛି ରାମେଶ୍ୱରମରେ ହିଁ ହୋଇଛି । ତେବେ କଲାମଙ୍କ ୩ ବଡ ଭାଇ ଥିବା ବେଳେ ଜଣେ ଭଉଣୀ ଅଛନ୍ତି । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କଲାମ ଖବର କାଗଜ ବିକ୍ରି କରି ନିଜ ପାଠ ପଢା ଖର୍ଚ୍ଚ ବହନ କରୁଥିଲେ । ତାଙ୍କର କଠିନ ପରିଶ୍ରମ ପାଇଁ ସ୍କୁଲରେ ତାଙ୍କୁ ଶିକ୍ଷକଙ୍କ ସମେତ ସମସ୍ତେ ଭିନ୍ନ ଧରଣର ପ୍ରତିଭା ବୋଲି କହୁଥିଲେ । ତେବେ ଅଧିକାଂଶ ସମୟ ସେ ଗଣିତ ବିଷୟକୁ ହିଁ ଦେଉଥିଲେ । ୧୯୫୪ ମସିହାରେ ସେ ଫିଜିକ୍ସ ଗ୍ରାଜୁଏଟ ହୋଇଥିଲେ । ଏରୋସ୍ପୋସ ଇଂଜିନିୟରିଂ ରେ ପାଠ ପଢିଥିବା କଲାମ ଥିଲେ ଜଣେ ଅନନ୍ୟ ଧରଣର ପ୍ରତିଭା । ପାଠ ସରିବା ପରେ ସେ ଏରୋନଟିକାଲ୍ ଡେଭଲଅପମେଂଟ ଏଷ୍ଟାବ୍ଲିସମେଂଟ ସହ ଯୋଡି ହୋଇଥିଲେ ।
ପରବର୍ତୀ ସମୟରେ ସେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲଅପମେଂଟ  ଅର୍ଗାନାଇଜେସନ( ଡିଆରଡିଓ) ଓ ଇସ୍ରୋରେ ମଧ୍ୟ କାମ କରିଥଲେ । ସେଥିପାଇଁ ତାଙ୍କୁ ଭାରତର ମିସାଇଲ ମ୍ୟାନ୍ ଭାବେ ମଧ୍ୟ ଜଣାଯାଏ । ପରେ ୨୦୦୨ ମସିହାରେ ସେ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଉକ୍ତ ନିର୍ବାଚନରେ କଲାମଙ୍କୁ ୯ ଲକ୍ଷରୁ  ଅଧିକ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ଲକ୍ଷ୍‌ମୀ ସାଇଗେଲଙ୍କୁ ୧ ଲକ୍ଷ ଭୋଟ ମିଳିଥିଲା । ଫଳରେ ସେ ବିପୁଳ ମାତ୍ରାରେ ବିଜୟ ହାସଲ କରିଥିଲେ । ଏହାଛଡା ଡକ୍ଟର କଲାମଙ୍କୁ ମଧ୍ୟ ଏକ ବଡ ରତ୍ନରେ ଭୂଷିତ କରାଯାଇଥିଲା । ତାହା ହେଲା ଭାରତ ରତ୍ନ ସମ୍ମାନ । ଭାରତ ରତ୍ନ ସହ ସେ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନର ଅଧିକାରୀ ହୋଇପାରିଥିଲେ । ସେ ଯେତେବେଳେ ରାଷ୍ଟ୍ରପତି ଥିଲେ ତାଙ୍କୁ ସମସ୍ତେ ଲୋକଙ୍କ ରାଷ୍ଟ୍ରପତି ନାମରେ ଜାଣୁଥିଲେ । ଧିରେଧିରେ ସେ ବିଭିନ୍ନ ଇନଷ୍ଟିଚ୍ୟୁଟରେ ଲେକଚର ଦେବାକୁ ଲାଗିଲେ । ତେବେ ସିଲଙ୍ଗର ଆଇଏମଆଇ ଇନଷ୍ଟିଚ୍ୟୁଟରେ ‘କ୍ରିଏଟିଂ ଏ ଲିଭାବେଲ ପ୍ଲାନେଟ ଆର୍ଥ’ ଉପରେ ଲେକ୍‌ଚର ଦେବା ପାଇଁ ସିଡି ଚଢୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ କଲାମ । ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ବିଥନେ ହସ୍ପିଟାଲରେ ଭର୍ତି କରାଯାଇଥିଲା ।  ହେଲେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଥିଲା ।  ୬.୩୫ ମିନିଟରେ  ହସ୍ପିଟାଲରେ ଭର୍ତି ହୋଇଥିବା କଲାମ ୭.୪୫ରେ  ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଉ ସାରା ଦେଶ ହରାଇଥିଲା ଏହି ଅନନ୍ୟ ପ୍ରତିଭାଙ୍କୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking