33.1 C
Bhubaneswar
Thursday, April 25, 2024
Homeଅପରାଧଯୌତୁକ ଜୁଇରେ ବୋହୂ

ଯୌତୁକ ଜୁଇରେ ବୋହୂ

ପୁରୁଷୋତ୍ତମପୁର : ନାନା ସଚେତନତା, କଡ଼ା ଆଇନ ସତ୍ତ୍ବେ ଚେତୁ ନାହାନ୍ତି ଯୌତୁକଲୋଭୀ ରାକ୍ଷସ । ଫଳରେ ବହୁ ନିରୀହ ଝିଅଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଂଚଳରୁ ଯୌତୁକଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି।
ହିଞ୍ଜିଳିକାଟୁ ଥାନା ଅଧୀନ ମହୁଲପଲ୍ଲୀ ଗ୍ରାମରେ ମଧ୍ୟ ‌ଅଧିକ ‌ଯୌତୁକ ପାଇଁ ଲିପିକା ପାଣିଗ୍ରାହୀ ନାମକ ଜଣେ ମହିଳାଙ୍କୁ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ମାମଲା ରୁଜୁ ସହ ସ୍ବାମୀ ବାବୁଲି ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଯୋଗିଆପଲ୍ଲୀ ଗ୍ରାମର ରମାକାନ୍ତ ପଣ୍ଡାଙ୍କ ଦ୍ୱିତୀୟ ଝିଅ ଲିପିକା ମହୁଲପଲ୍ଲୀ ଗ୍ରାମର ଅରୁଣ ପାଣିଗ୍ରାହୀଙ୍କ ସାନପୁଅ ବାବୁଲି ସହ ୨୦୧୭ ଜୁନ୍ ୨୬ ତାରିଖରେ ବିବାହ କରିଥିଲେ। କିନ୍ତୁ ବାହାଘରର ମାତ୍ର ୧୦ ଦିନ ପରେ ଅଧିକ ‌ଯୌତୁକ ପାଇଁ ଲିପିକାଙ୍କ ଉପରେ ଅକଥନୀୟ ନିର‌୍ୟାତନା ଆରମ୍ଭ ହୋଇ ଯାଇଥିଲା। ଏପରିକି ଶ୍ବଶୁର ଘର ଲୋକେ ଲିପିକାଙ୍କ ବାପଘରକୁ ଫୋନ୍ କରି ଅଧିକ ‌‌ଯୌତୁକ ଦାବି କରୁଥିଲେ। ଗତ ୧୨ ତାରିଖରେ ଲିପିକାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦିଆଯାଇଥିଲା। ସେ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗତ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିପିକାଙ୍କୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ ସ୍ବାମୀ ବାବୁଲିକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking