28.9 C
Bhubaneswar
Wednesday, April 17, 2024
Homeଅପରାଧଯୌତୁକ ପାଇଁ ବଧୂହତ୍ୟା : ଶଶୁର ଗିରଫ

ଯୌତୁକ ପାଇଁ ବଧୂହତ୍ୟା : ଶଶୁର ଗିରଫ

ରାସୋଳ :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମର ନବବଧୂ ଆରତୀ ସାହୁ (୧୭)ଙ୍କ ମୃତ୍ୟୁକୁ ନେଇ ପୁଲିସ ତା’ର ଶ୍ୱଶୁରଙ୍କୁ ଗିରଫ କରିଛି । ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି ବୋଲି ବାପ ଘର ପକ୍ଷରୁ ଅଭିଯୋଗ ହୋଇଛି । ପର୍ଶୁରାମପୁର ଗ୍ରାମ ସରୁନାଳି ସାହିର ସନ୍ତୋଷ ସାହୁଙ୍କ ଝିଅ ଆରତୀ ପାଖ କଲୋନୀ ସାହିର ନିରଞ୍ଜନ ସାହୁଙ୍କ ପୁଅ ସୁଜିତଙ୍କୁ ବିବାହ କରିଥିଲେ । ୭ ମାସ ତଳେ ସେମାନଙ୍କର ପ୍ରେମ ବିବାହ ହୋଇଥିଲା । ବିବାହ ସମୟରେ ଯୌତୁକ ବାବଦ ଦୁଇ ଲକ୍ଷ ଟଙ୍କା ଦେବାକୁ କଥା ହୋଇଥିବା ବେଳେ ଝିଅ ଘର ପକ୍ଷରୁ ନଗଦ ୧ ଲକ୍ଷ ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ପରେ ଦେବାକୁ କହିଥିଲେ । ତେବେ ବାକି ଯୌତୁକ ଟଙ୍କାକୁ ନେଇ ଆରତୀ ଉପରେ ଶାଶୁଘର ଲୋକ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ଗତକାଲି ଆରତୀ ଅସୁସ୍ଥ ଥିବା ଖବର ପାଇ ସନ୍ତୋଷ ନିଜ ଝିଅକୁ ଦେଖିବାକୁ ଯିବାରେ ଝିଅର ଶ୍ୱଶୁର ଘରେ ତାଲା ପଡ଼ିଥିଲା । ଏ ସମ୍ପର୍କରେ ସେ ପାଖ ପଡ଼ୋଶୀଙ୍କୁ ପଚାରିବାରେ ସେମାନେ କହିଥିଲେ ଯେ ଶ୍ୱଶୁର ଘର ଲୋକ ଏକ ଅଟୋ ରିକ୍ସାରେ ଏକ ବଡ଼ ବସ୍ତା ବୋଝାଇ କରି କୁଆଡ଼େ ଯାଇଛନ୍ତି । ଆରତୀ ୩ ମାସ ଗର୍ଭବତୀ ଥିଲେ । ଆରତୀଙ୍କ ଶ୍ୱଶୁର ନିରଞ୍ଜନ, ଶାଶୁ କୁମୁଦିନୀ ଓ ନଣନ୍ଦ କାଳି ତାକୁ ହତ୍ୟା କରିଥିବା ନେଇ ସନ୍ତୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏ ସମ୍ପର୍କରେ ତଦନ୍ତ କରିବା ସହ ଗାଁ ନିକଟ ଜଙ୍ଗଲରୁ ଆରତୀଙ୍କ ଶ୍ୱଶୁର ନିରଞ୍ଜନଙ୍କୁ କାବୁ କରି ଥାନାକୁ ଆଣିଥିବା ଜଣାଯାଇଛି ।
https://onakhabar.com/2020/01/23/gst-case-2-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking