43.9 C
Bhubaneswar
Friday, April 19, 2024
Homeଅପରାଧଦୂରଦର୍ଶନ କ୍ୟାମେରାମ୍ୟାନ ହତ୍ୟାକାରୀ ନକ୍ସଲ ଗିରଫ

ଦୂରଦର୍ଶନ କ୍ୟାମେରାମ୍ୟାନ ହତ୍ୟାକାରୀ ନକ୍ସଲ ଗିରଫ

ଭୁବନେଶ୍ୱର : ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ନକ୍ସଲକୁ ଦାନ୍ତେୱାଡା ପୁଲିସ ଗିରଫ କରିଛି। ଗିରଫ ନକ୍ସଲ ଜଣକ ଦରଭା ଆକ୍ସନ ଟିମର ସଦସ୍ୟ କେଶା କୋହରାମ। ପୁଲିସ ତା’ ନିକଟରୁ ବିପୁଳ ପରିମାଣର ମାରଣାନ୍ତ୍ର ଜବତ କରିଛି।
ସୂଚନା ଅନୁଯାୟୀ, ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ କେଶା କୋହରାମକୁ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଖୋଜୁଥିଲା।  ଦୁଇ ରାଜ୍ୟ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ନିୟମିତ ଭାବେ କେଶାର ଗତିବିଧି ଉପରେ ପୁଲିସ ନଜର ରଖୁଥିଲା। ଦୁଇଦିନ ତଳେ କେଶା ଛତିଶଗଡର ନିଲାୱାୟା ଜଙ୍ଗଲରେ ଲୁଚି ରହିଥିବା ପୁଲିସକୁ ଖବର ମିଳିଥିଲା। ପରେ ଡିଆରଜି ଓ ପୋଟାଲି ପୁଲିସର ଏକ ମିଳିତ ଟିମ ତାକୁ ଧରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ। ଅତି ଚତୁରତାର ସହ ପୁଲିସ ଜଙ୍ଗଲକୁ ଚାରିପଟରୁ ଘେରି ଯାଇଥିଲା। ବେଶ କିଛି ସମୟ ପାଇଁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ମଧ୍ୟ ହୋଇଥିଲା। ପରେ କେଶ ପୁଲିସ ହାତରେ ଧରାପଡିଥିଲା। ତା’ ନିକଟରୁ ପୁଲିସ ନକ୍ସଲ ପୋଷାକ, ଡିଟୋନେଟର, ବନ୍ଧୁକ ଆଦି ଜବତ କରିଛି। ଜେରା ବେଳେ ପୁଲିସ ତା’ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking