34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପାସ୍‌ୱାର୍ଡ ପ୍ରସ୍ତୁତ ସମୟରେ କରନ୍ତୁନାହିଁ ଏହିସବୁ ଭୁଲ୍‌, ନଚେତ ହ୍ୟାକ୍‌ ହୋଇପାରେ ଆକାଉଣ୍ଟ୍‌…

ପାସ୍‌ୱାର୍ଡ ପ୍ରସ୍ତୁତ ସମୟରେ କରନ୍ତୁନାହିଁ ଏହିସବୁ ଭୁଲ୍‌, ନଚେତ ହ୍ୟାକ୍‌ ହୋଇପାରେ ଆକାଉଣ୍ଟ୍‌…

ନୂଆଦିଲ୍ଲୀ : ପାସ୍‌ୱାର୍ଡ ପ୍ରସ୍ତୁତ କରିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ନଚେତ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଯିବାର ଆଶଙ୍କା ଥାଏ। ଲୋକମାନେ ପାସ୍‌ୱାର୍ଡ ପସ୍ତୁତ କରିବା ସମୟରେ କିଛି ସାଧାରଣ ଭୁଲ୍‌ କରିଥାନ୍ତି, ଯାହାଦ୍ବାରା ବେଶ୍‌ ସହଜରେ ଅନ୍ୟ ଜଣେ, ପାସ୍‌ୱାର୍ଡ ପାଇଯାଆନ୍ତି। ତେଣୁ ପାସ୍‌ୱାର୍ଡ଼କୁ ସୁରକ୍ଷିତ କରିବା ପାଇଁ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ।

-ଲୋକମାନେ ନିଜର ସୁବିଧା ପାଇଁ ଏକାଧିକ ବ୍ୟାଙ୍କ୍‌, ସୋସିଆଲ୍‌ ମିଡ଼ିଆ, ୟୁପିଆଇ ପିନ୍‌, ମୋବାଇଲ୍‌ ଅନ୍‌ଲକ୍‌ ଓ ଅନ୍ୟ ଅଫିସିଆଲ୍‌ ଆକାଉଣ୍ଟ୍‌ର ପାସ୍‌ୱାର୍ଡ ଗୋଟିଏ ରଖିଥାନ୍ତି। ଏଭଳି କରନ୍ତୁ ନାହିଁ। ଏହା ଦ୍ବାରା ଯଦି କୌଣସି ହ୍ୟାକର୍‌, ଗୋଟିଏ ପାସ୍‌ୱାର୍ଡ ଜାଣିପାରିଲେ ଏବଂ ଉକ୍ତ ପାସ୍‌ୱାର୍ଡକୁ ସବୁ ଆକାଉଣ୍ଟ୍‌ରେ ବ୍ୟବହାର କଲେ, ତେବେ ଆପଣଙ୍କର ସବୁକିଛି ହ୍ୟାକ୍‌ ହୋଇଯିବ।

-ଏମିତି କିଛି ଶବ୍ଦ କିମ୍ବା ନମ୍ବରକୁ ନେଇ ପାସୱାର୍ଡ ପ୍ରସ୍ତୁତ କରନ୍ତୁ ନାହିଁ, ଯାହାକୁ ସହଜରେ ଅନ୍ୟ କେହି ଅନୁମାନ ଲଗାଇପାରିବେ। କାରଣ ଏମିତି କିଛି ଶବ୍ଦ ବା ନମ୍ବର ଅଛି, ଯାହାକୁ ଅନେକ ଲୋକ ବ୍ୟବହାର କରିଥାନ୍ତି। ଉଦାହରଣ ସ୍ବରୁପ ୧୧୧୧, ୧୨୧୨, ୧୨୩୪ କିମ୍ବା ନିଜ ନାମ, ଦେଶ, ସହର ଓ ସର୍‌ନେମ୍‌,ଲଭ୍‌, ନିକ୍‌ନେମ୍‌, ଜନ୍ମ ତାରିଖ, ଜନ୍ମ ମସିହା ଇତ୍ୟାଦି।

-ପାସ୍‌ୱାର୍ଡ ପ୍ରସ୍ତୁତ କରିବା ସମୟରେ ମୋବାଇଲ୍‌ କିମ୍ବା ଲାପ୍‌ଟପ୍‌ର କି’ବୋର୍ଡରେ ଥିବା ସ୍ପେସିଆଲ୍‌ ଲେଟର୍‌ ଟାଇପ୍‌ କରନ୍ତୁ। ଏହା ଦ୍ବାରା ପାସ୍‌ୱାର୍ଡ ହ୍ୟାକ୍‌ ହେବାର ଆଶଙ୍କା ହ୍ରାସ ପାଇଥାଏ। ସ୍ପେସିଆଲ୍‌ ଲେଟର୍‌ ଅର୍ଥ ହେଉଛି- ‘ଏ’ ଲେଟର୍‌ ଉପରେ ଥିବା ବିଭିନ୍ନ ଚିହ୍ନ, ବିଟା, ଆଟ୍‌ ଦି ରେଟ୍‌, ହାସ୍‌ଟ୍ୟାଗ୍‌ ଇତ୍ୟାଦି।

-ନିଜ ଅଫିସ୍‌ର କୌଣସି ନାମକୁ ପାସ୍‌ୱାର୍ଡ ଭାବେ ରଖନ୍ତୁ ନାହିଁ। କାରଣ ଏହାକୁ ଟ୍ୟାଗ୍‌ କରି ହ୍ୟାକର୍‌ ଆପଣଙ୍କ ସହିତ ଅଫିସିଆଲ୍‌ ସିକ୍ରେଟ୍‌ ମଧ୍ୟ ହ୍ୟାକ୍‌ କରିପାରନ୍ତି।

-ସାଧାରଣତଃ ମନେ ରଖିବା ପାଇଁ ସୁବିଧା ହେବ ବୋଲି ଲୋକମାନେ ଛୋଟ ପାସ୍‌ୱାର୍ଡ ରଖିଥାଆନ୍ତି। କିନ୍ତୁ ଏହି ଭୁଲ୍‌ ଆଦୌ କରନ୍ତୁ ନାହିଁ। କାରଣ ଆପଣ ପାସ୍‌ୱାର୍ଡ ଦେଇ ଆକାଉଣ୍ଟ୍‌ ଖୋଲିବା ସମୟରେ କିମ୍ବା ଅନ୍‌ଲାଇନ୍‌ ଟଙ୍କା କାରବାର ସମୟରେ ଅନ୍ୟମାନେ ଏହାକୁ ଦେଖି ମନେ ରଖିପାରନ୍ତି। ଅନ୍ୟ ପକ୍ଷରେ ଖୁବ୍ କମ୍‌ ସମୟରେ ହ୍ୟାକର୍‌ମାନେ ଏଭଳି ପାସ୍‌ୱାର୍ଡ ପାଇବାରେ ସଫଳ ହୋଇଥାନ୍ତି।

-ପାସ୍‌ୱାର୍ଡକୁ କାହା ସହିତ ସେୟାର୍‌ କରନ୍ତୁ ନାହିଁ କିମ୍ବା ପିଲାଙ୍କ ଆଗରେ କାହାକୁ କୁହନ୍ତୁ ନାହିଁ। ପାସ୍‌ୱାର୍ଡକୁ ଭଲ ଭାବେ ମନେ ରଖÒବା ପାଇଁ କିମ୍ବା ଅନ୍ୟ କୌଣସି ଜରୁରୀ ସମୟ ପାଇଁ ଅଧÒକାଂଶ ବ୍ୟକ୍ତି ପାସ୍‌ୱାର୍ଡଗୁଡ଼ିକୁ ନିଜ ଡାଏରୀରେ ଲେଖି ରଖିଥାନ୍ତି। କିନ୍ତୁ ଏହା ଆଦୌ ସୁରକ୍ଷିତ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking