27.1 C
Bhubaneswar
Friday, August 12, 2022
Homeଓଡିଶା‘ଥଣ୍ଡା ଜ୍ୱର ଥିଲେ ରଥଯାତ୍ରା ଯାଆନ୍ତୁନି’: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

‘ଥଣ୍ଡା ଜ୍ୱର ଥିଲେ ରଥଯାତ୍ରା ଯାଆନ୍ତୁନି’: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଥଣ୍ଡା ଜ୍ୱର ଥିଲେ ରଥଯାତ୍ରାକୁ ଯାଆନ୍ତୁନି । ଏଭଳି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ଆଗକୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି । ଥଣ୍ଡା ଜ୍ୱର ଥିଲେ ପୁରୀ ରଥଯାତ୍ରାକୁ ନ ଯିବା ଉଚିତ୍ । କାରଣ ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହୁଛି । ଯେଉଁମାନେ ଯାଉଛନ୍ତି; ସେମାନେ ମାସ୍କ ସହିତ ସାନିଟାଇଜର ବ୍ୟବହାର କରନ୍ତୁ ।

ଯେଉଁମାନଙ୍କର ଥଣ୍ଡା ଜ୍ୱର ହେଉଛି ସେମାନେ ସଙ୍ଗେ ସଙ୍ଗେ ଟେଷ୍ଟ କରନ୍ତୁ । ରାଜ୍ୟରେ ଟେଷ୍ଟିଂ ପାଇଁ ମାନବସମ୍ବଳ ବଢ଼ାଇ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଗକୁ ରଥଯାତ୍ରା ଥିବାରୁ ଲକ୍ଷ ଲକ୍ଷ ଲୋକ ସେଠାରେ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି; ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ୍ କରି ଟିକା ଦିଆଯାଇପାରିବ ବୋଲି କିଛିଦିନ ପୂର୍ବରୁ ସ୍ୱାସ୍ଥ୍ୟବିଭାଗ ପୁରୀ ପ୍ରଶାସନକୁ ଅବଗତ କରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking