39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସରକାରୀ ଯୋଜନା ଅପହଞ୍ଚ :  ଖେଳ ପଡ଼ିଆରେ ରହୁଛନ୍ତି ପରିବାର 

ସରକାରୀ ଯୋଜନା ଅପହଞ୍ଚ :  ଖେଳ ପଡ଼ିଆରେ ରହୁଛନ୍ତି ପରିବାର 

ବଙ୍ଗୋମୁଣ୍ଡା :  ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମର କୁବେର ବାଗଙ୍କ ପରିବାର ନିକଟରେ ସରକାରୀ ଯୋଜନା ପହଞ୍ଚି ପାରିନଥିବା ଅଭିଯୋଗ ହେଉଛି । କୁବେର ଗତ ୧୫ରୁ ଅଧିକ ବର୍ଷ ହେବ ସମ୍ବଲପୁରର ଏକ ସ୍ଥାନରେ  ପରିବାର ସହ ରହି ରିକ୍ସା ଚଲାଇ  ପରିବାର ପ୍ରତିପୋଷଣ କରୁଥିଲେ । ପରିବାରରେ ସବୁ ଠିକଠାକ୍ ଚାଲିଥିଲା କିନ୍ତୁ ଗତ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିବା ପରେ ପ୍ରଶାସନ ଦାଦନ ଶ୍ରମିକମାନଙ୍କୁ ନିଜ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ । କୁବେର ବାଗଙ୍କ ସ୍ତ୍ରୀ ପୂର୍ଣ୍ଣମୀ ବାଗ(୪୦) ଓ ପୁଅ ହରିଶ ବାଗ(୨୨),ଗୁଲସନ ବାଗ(୨୦),ଦୀପକ ବାଗ(୧୪),ଅମିତ୍ ବାଗ(୭) ପରିବାରରେ ଥିବା ବେଳେ ହରିଶ ଛତିଶଗଡ ରାଜ୍ୟର ରାୟପୁରରେ ଦାଦନ ଖଟୁଛନ୍ତି । ପରିବାର ସମସ୍ତଙ୍କୁ ସମ୍ବଲପୁରରୁ ଆସିବା ପରେ ସେମାନଙ୍କୁ ବରତୁଣ୍ଡା କ୍ୱାରେଣ୍ଟାଇନ୍ ସେଣ୍ଟର ୧୪ ଦିନ ରଖାଯିବା ପରେ ଘରକୁ ଯିବାକୁ କହିଥିଲେ । ସେମାନେ ନିଜର ଘର ନଥିବାରୁ ଗାଁର ବିଭିନ୍ନ ଲୋକଙ୍କୁ ରହିବା ପାଇଁ କହିଥିଲେ, କେହି ନ ଶୁଣିବାରୁ ବାଧ୍ୟ ହୋଇ ଅଶୁର୍ଲା ଖେଳପଡିଆ ପରିସରରେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମରେ ବହୁ ଦିନ ହେଲା ଆଶ୍ରୟ ନେଉଛନ୍ତି । କୁବେର କପିଲାଭଟା  ସରପଞ୍ଚଙ୍କ ନିକଟରେ ବାରମ୍ବାର ହାରି ଗୁହାରୀ କଲେ ମଧ୍ୟ କୌଣସି ପ୍ରକାର ଧ୍ୟାନ ଦେଉନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପରିବାରର ସମସ୍ତଙ୍କ ପାଖରେ ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ଥିବା ବେଳେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ତାଙ୍କୁ ଖାଇବାକୁ ମଧ୍ୟ ରାସନ କାର୍ଡଟିଏ ମିଳିପାରି ନାହିଁ  କି ପଞ୍ଚାୟତ ପକ୍ଷରୁ ମାଗଣାରେ  ଦିଆଯାଉଥିବା ଚାଉଳ ମଧ୍ୟ ମିଳୁନାହିଁ । ପାଖରେ ଥିବା ଟଙ୍ଗା ସରିଗଲାଣି ।  ଘର ଖଣ୍ଡେ ନ ଥିବାରୁ ଖେଳ ପଡିଆର ଅନ୍ଧାରରେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନର ନଜର ପଡିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ବହୁ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଗୁହାରୀ ଶୁଣୁନାହାନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking