30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସର୍ବ ପୁରାତନ ଉର୍ଦୁ ବାଳିକା ବିଦ୍ୟାଳୟ ବନ୍ଦ ନ କରାଯାଉ

ସର୍ବ ପୁରାତନ ଉର୍ଦୁ ବାଳିକା ବିଦ୍ୟାଳୟ ବନ୍ଦ ନ କରାଯାଉ

ଯାଜପୁର : ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମ ପଂଚାୟତ ର ଜିଲ୍ଲା ର ସର୍ବ ପୁରାତନ ବ୍ରିଟିଶ ଅମଳ ର ବାଳିକା ଉର୍ଦୁ ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଗ୍ରାମ ବାସୀ ଓ ଅଭିଭାବକ ତରଫରୁ ଲିଖିତ ଦାବି ପତ୍ର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିକଟରେ କରାଯାଇଛି  । କୋରେଇ ବ୍ଲକ ର ଏକ ମାତ୍ର ସର୍ବ ପୁରାତନ ୧୮୮୬ ମସିହା ର ଉର୍ଦୁ ବାଳିକା ବିଦ୍ୟାଳୟ ଚଳିତ ଶିକ୍ଷା ବର୍ଷ ରେ କୁନି କୁନି ସଂଖ୍ୟା ଲଘୁ ପିଲା ମାନେ ଉର୍ଦୁ ପାଠ ରୁ ବଞ୍ଚିତ ହୁଅନ୍ତି ସରକାରଙ୍କ ସଂଖ୍ୟା ଲଘୁ ଓ ଉର୍ଦୁ ଭାଷା ପ୍ରତି କେତେ ଆନ୍ତରିକତା ଅଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିବ  । ଗ୍ରାମ ବାସୀ ଓ ଅଭିଭାବକ ମହଲ ରୁ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ଚରମ ଚେତବାଣୀ ଶୁଣାଇଛନ୍ତି  । ଏହି ବିଦ୍ୟାଳୟ ର ବର୍ଷିଆନ ଶିକ୍ଷାବିତ ଶେଖ ରିୟାଜ଼ଉଦିନ ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟ ଟି ବନ୍ଦ ନ ହେବା ପାଇଁ ONA ଗଣମାଧ୍ୟମ ଦ୍ୱାରା ସରକାର ଙ୍କ ନିକଟରେ ଅନୁରୋଧ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking