39.2 C
Bhubaneswar
Thursday, April 18, 2024
Homeଓଡିଶାଭୟଭୀତ ହୁଅନ୍ତୁ ନାହିଁ

ଭୟଭୀତ ହୁଅନ୍ତୁ ନାହିଁ

ଭୁବନେଶ୍ୱର: କୋଭିଡ ସଂପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ପ୍ରଦାନ କରି କହିଛନ୍ତି, ଓମ୍ରିକନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହେବ ଧ୍ୟାନ ଦିଆଯାଇଛି । ସେଥିପାଇଁ ରାଜ୍ୟରେ ସଟଡାଉନ କି ଲକଡାଉନ କରାଯାଇନାହିଁ । ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି । ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ ଦରକାର ପଡୁଛି । ରାଜ୍ୟବାସୀଙ୍କୁ ଅନୁରୋଧ ଭୟଭୀତ ହୁଅନ୍ତୁ ନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡଲାଇନ ପାଳନ କରନ୍ତୁ । ଅବହେଳା କଲେ ସଂକ୍ରମଣ ବଢିବ, ସମସ୍ତେ ଅସୁବିଧା ଭୋଗିବା । ମାସ୍କ ପିନ୍ଧିବା, ଗହଳି ଜାଗାକୁ ଯିବାନି, ଗହଳି କରିବାନି । ଆସନ୍ତା କିଛି ଦିନ ଆମ ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ସହଯୋଗ କରନ୍ତୁ, ଖୁବ କମ ଦିନରେ ରାଜ୍ୟକୁ କରୋନା ମୁକ୍ତ କରିବା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking