28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଅନ୍ନବସ୍ତ୍ର ଦାନ

ଅନ୍ନବସ୍ତ୍ର ଦାନ

ମୟୂରଭଞ୍ଜ: କାର୍ତ୍ତିକପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ଆଜି ମଶରଦା ଗ୍ରାମ। ଅନ୍ନବସ୍ତ୍ର ଦାନ କରି ମହତପଣିଆ ଦେଖାଇଲେ ଗ୍ରାମବାସୀ। ଦୁଃଖୀ,ଅଭାବୀ ସାଙ୍ଗକୁ ଦିବ୍ୟାଙ୍ଗମାନଙ୍କୁ ଅନ୍ନଭୋଜନ ଦେବା ସହିତ ଶାଢ଼ୀ, ଧୋତି ଏବଂ ଶୀତବସ୍ତ୍ର ବଣ୍ଟନ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଉତ୍ସବ ଆୟୋଜନର ସାରଥୀ ସାଜିଥିବା ଗ୍ରାମର ପ୍ରତ୍ୟେକଟି ପରିବାର ଆଜି ଆନନ୍ଦମୁଖର। ତେବେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବ୍ଲକର ମଶରଦା ଗ୍ରାମରେ ଥିବା ସର୍ବପୁରାତନ ଶୈବପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର କମିଟି ଆନୁକୂଲ୍ୟରେ ଅନ୍ନବସ୍ତ୍ର ଦାନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଆୟୋଜନ ପାଇଁ ମଶରଦା ଗ୍ରାମବାସୀ ସମ୍ମିଳିତ ଭାବେ ନିଜ ନିଜ ମଧ୍ୟରେ ଅର୍ଥ ଆଦାୟ କରି ଅଭାବି, ଅସହାୟ ଏବଂ ଦିବ୍ୟାଙ୍ଗମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଦ୍ୟମ କରି ଆସୁଛନ୍ତି ଆଉ ସଫଳ ହେଉଛନ୍ତି ମଧ୍ୟ। ଆଜିର ଅନ୍ନବସ୍ତ୍ରଦାନ ଉତ୍ସବରେ ଆଖପାଖ ଅଞ୍ଚଳର ୨ଶହରୁ ଉର୍ଦ୍ଧ୍ବ ଅସହାୟ, ଦିବ୍ୟାଙ୍ଗ ଓ ଅଭାବିଙ୍କୁ କମିଟି ପକ୍ଷରୁ ଅନ୍ନବସ୍ତ୍ର ସାଙ୍ଗକୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଯୋଉଥିପାଇଁ ମନ୍ଦିର ପ୍ରାଙ୍ଗଣ ଆଜି ଲୋକାରଣ୍ୟ ହୋଇଯାଇଥିଲା। ତେବେ ଜୀବନରେ ଯେତେ ଉପାର୍ଜନ କଲେ ମଧ୍ୟ କେବେବି ଅଭାବ ପୂରଣ ହେବନାହିଁ। ତେଣୁ ଅର୍ଜିତ ଅର୍ଥରୁ ପରିବାର ପ୍ରତିପୋଷଣ ପରେ ସଞ୍ଚିତ ଅର୍ଥରୁ ସାମାନ୍ୟ କିଛି ଦାନକରି ଅଭାବି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଗ୍ରାମବାସୀ କରିଥିବା ଉଦ୍ୟମ ଆଜି ମଶରଦା ଗ୍ରାମକୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି।ସେହିପରି ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ମନ୍ଦିର କମିଟି ପକ୍ଷରୁ ୧୮ବର୍ଷ ହେବ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ତେବେ ଆଖପାଖ ଅଞ୍ଚଳର ଅସହାୟ ଲୋକମାନେ ଅନ୍ନପ୍ରସାଦ ପାଇବା ସହିତ ବସ୍ତ୍ର ଭାବେ ଶାଢ଼ୀ, ଧୋତି ଏବଂ ଶୀତବସ୍ତ୍ର ଭାବେ କମ୍ବଳ ପାଇ ବେଶ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking