34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାଜନୈତିକ ଦଳକୁ ଚାନ୍ଦା ପ୍ରଦାନ ପ୍ରସଙ୍ଗ: ସର୍ବାଧିକ ୨ ହଜାର ଟଙ୍କା ଧାର୍ଯ୍ୟ ପାଇଁ ଇସିଙ୍କ...

ରାଜନୈତିକ ଦଳକୁ ଚାନ୍ଦା ପ୍ରଦାନ ପ୍ରସଙ୍ଗ: ସର୍ବାଧିକ ୨ ହଜାର ଟଙ୍କା ଧାର୍ଯ୍ୟ ପାଇଁ ଇସିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ରାଜନୈତିକ ଦଳଗୁଡିକୁ ଚାନ୍ଦା ପ୍ରଦାନ ପ୍ରସଙ୍ଗରେ ସଂଶୋଧନ ଆଣିବାକୁ ନିର୍ବାଚନ କମିଶନ (ଇସି) ମସୁଧା କରୁଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନ କୌଣସି ରାଜନୈତିକ ଦଳକୁ ସର୍ବାଧିକ ୨୦,୦୦୦ ଟଙ୍କା ଚାନ୍ଦା ଦେବାର ବ୍ୟବସ୍ଥା ରହିଛି । ତେବେ ଏହି ପରିମାଣ ୨୦୦୦ ଟଙ୍କାକୁ ହ୍ରାସ କରିବାକୁ ଇସିଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଫଳରେ କଳାଧନର ଅପବ୍ୟବହାର ରୋକିବା ସହ ଚାନ୍ଦା ପରିମାଣକୁ ସର୍ବାଧିକ ୨୦ କୋଟି ଟଙ୍କାରେ ସୀମିତ ରଖାଯାଇପାରିବ ବୋଲି ଇସି ଯୁକ୍ତି ଦର୍ଶାଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର (ସିଇସିି) ରାଜୀବ କୁମାର ଏହି ମର୍ମରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଲୋକପ୍ରତିନିଧି ଆଇନରେ ସଂଶୋଧନ ଅଣାଯାଇ ଏଭଳି କଟକଣା ଜାରି କରାଯାଇପାରିବ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି । ରାଜନୈତିକ ଦଳଗୁଡିକ ଯେଉଁ ଚାନ୍ଦା ଉଠାଉଛନ୍ତି, ତାହାର ପ୍ରକୃତ ହିସାବ ଇସିଙ୍କୁ ଦେଉନାହାନ୍ତି । ତେଣୁ ଏହି ପ୍ରସଙ୍ଗରେ ସ୍ୱଚ୍ଛତାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସିଇସି କହିଛନ୍ତି । ଏପରିକି ପ୍ରତ୍ୟେକ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା ମଧ୍ୟ ସ୍ପଷ୍ଟ କରାଯାଉନାହିଁ । ଏହି ପ୍ରସଙ୍ଗ ଉପରେ ନଜର ରଖିବାକୁ ଇସିଙ୍କ ପକ୍ଷରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉଥିଲେ ସୁଦ୍ଧା ଏହା ଶହେ ପ୍ରତିଶତ ସଫଳ ହେଉନାହିଁ । ଇସିଙ୍କ ପକ୍ଷରୁ ନିକଟରେ ୨୮୪ଟି ରାଜନୈତିକ ଦଳକୁ ତାଲିକାରୁ ବାଦି ଦିଆଯାଇଛି । ଏଗୁଡିକ ମଧ୍ୟରୁ ୨୫୩ଟି ଦଳର ଆଦୌ ଅସ୍ତିତ୍ୱ ନାହିଁ । ଆୟକର ବିଭାଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଳି ଅଣପଞ୍ଜିକୃତ ରାଜନୈତିକ ଦଳର କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି । ଯଦି ଇସିଙ୍କ ଉପରୋକ୍ତ ପ୍ରସ୍ତାବକୁ ଆଇନ ମନ୍ତ୍ରଣାଳୟ ଅନୁମୋଦନ କରନ୍ତି, ତେବେ ୨୦୦୦ ଟଙ୍କା ଉପରକୁ ପ୍ରଦାନ କରାଯାଉଥିବା ଚାନ୍ଦାର ପ୍ରକୃତ ହିସାବ ମିଳିପାରିବ ବୋଲି କୁହାଯାଇଛି । କେତେକ ରାଜନୈତିକ ଦଳ ପାଇଥିବା ଚାନ୍ଦା ଅର୍ଥକୁ ଫାଙ୍କୁଥିବାବେଳେ ସେମାନଙ୍କର ଅଡିଟ୍ ରିପୋର୍ଟରେ ପ୍ରଚୁର ପରିମାଣ ଚାନ୍ଦା ଆଦାୟର ପ୍ରମାଣ ମିଳୁଛି । ପୁନଶ୍ଚ ୨୦୦୦ ଟଙ୍କାରୁ ଅଧିକ ପରିମାଣର ଚାନ୍ଦାକୁ ବାଧ୍ୟତାମୂଳକଭାବେ ଡିଜିଟାଲ କିମ୍ବା ଆକାଉଣ୍ଟ ପେୟି ଚେକ୍ ମାଧ୍ୟମରେ ପ୍ରଦାନ ବନ୍ଦୋବସ୍ତ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ପ୍ରତ୍ୟେକ ପ୍ରାର୍ଥୀ ଆୟ ଓ ବ୍ୟୟର ପୃଥକ ହିସାବ ମଧ୍ୟ ରଖିବେ । ପ୍ରଚଳିତ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ସୁଦ୍ଧା ସେଥିରେ ଚାନ୍ଦା ଅର୍ଥ ପୈଠ କରୁନାହାନ୍ତି । ଏପରିକି ବିଦେଶରୁ ମିଳୁଥିବା ଚାନ୍ଦାକୁ ମଧ୍ୟ ବନ୍ଦ କରିବାକୁ ଇସି ପ୍ରସ୍ତାବ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking