27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତ ପାଇଁ ଗର୍ବିତ : ଟ୍ରମ୍ପ୍

ଭାରତ ପାଇଁ ଗର୍ବିତ : ଟ୍ରମ୍ପ୍

ନୂଆଦିଲ୍ଲୀ: ସାବରମତୀ ଆଶ୍ରମ ପରିଦର୍ଶନ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମରେ ପହଞ୍ଚିଛନ୍ତି । ମୋଟେରା ଷ୍ଟାଡିୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦବୋଧନ । ଭାରତକୁ ଭୂୟସି ପ୍ରଶଂସା କଲେ ଟ୍ରମ୍ପ । ବଲିଉଡଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦଙ୍କ କଥା କହିବା ସହ ଭାରତର କ୍ରିକେଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ କଥା କହି ଭାରତକୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ । ଭାରତକୁ ନିଜର ଟ୍ରୁ ଫ୍ରେଣ୍ଡ ବୋଲି କହିବା ସହ ଏଭଳି ଭବ୍ୟ ସ୍ୱାଗତ ସବୁବେଳେ ମନେ ରହିବ ବୋଲି କହିଛନ୍ତି ଟ୍ରମ୍ପ । ଏହା ସହ ହିନ୍ଦିରେ ନମସ୍ତ ବୋଲି କହି ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି ଟ୍ରମ୍ପ ।
ଷ୍ଟାଡିୟମରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବାକ୍ଷଣି ସମବେତ ଜନତା ଟ୍ରମ୍ପ୍ ଓ ମୋଦୀଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ସହ ମେଲାନିଆ ମଧ୍ୟ ମଞ୍ଚ ଉପରକୁ ଯାଇଥିଲେ । ଏହାପରେ ପରିବେଶଣ କରାଯାଇଥିଲା ଉଭୟ ଦେଶର ଜାତୀୟ ସଙ୍ଗୀତ । ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଆରମ୍ଭ କରି ଟ୍ରମ୍ପଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେ କହିଲେ ଯେ ଭାରତରେ ପହଞ୍ଚୁ ପହଞ୍ଚୁ ରାଷ୍ଟ୍ରପତି ଟ୍ରମ୍ପ୍ ସାବରମତୀ ଆଶ୍ରମକୁ ଯାଇଥିବାରୁ ସେ ଆନନ୍ଦିତ। ସମଗ୍ର ଭାରତ ଟ୍ରମ୍ପଙ୍କ ପରିବାକୁ ସ୍ୱାଗତ କରୁଛି ।
ମୋଟେରା ଷ୍ଟାଡିୟମରେ ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି, ଭାରତର ଅର୍ଥନୀତି ନୂଆ ଶିଖରରେ ପହଞ୍ଚିବାକୁ ଯାଉଛି, ଭାରତ ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ଆଗାମୀ ଦିନରେ ଖୁବ୍ ଶୀଘ୍ର ଭାରତରୁ ଦାରିଦ୍ର‌୍ୟ ଦୂର ହୋଇଯିବ । ବଲିଉଡ୍ ଫିଲ୍ମ କଥା କହି ଟ୍ରମ୍ପ କହିଛନ୍ତି ଯେ, ବଲିଉଡରେ ରଚନାତ୍ମକ କଳା ଦେଖିବାକୁ ମିଳିଥାଏ । ଫିଲ୍ମରେ ଡିଡିଏଲଜେ ଓ କ୍ରିକେଟରେ ସଚିନ୍ ଓ କୋହଲିଙ୍କ ନାଁ ନେଇ, ସବୁବେଳେ ସେମାନେ ମନେ ରହିବେ ବୋଲି କହିଛନ୍ତି ଟ୍ରମ୍ପ । ରଙ୍ଗର ପର୍ବ ହୋଲି କଥା ମଧ୍ୟ କହିଛନ୍ତି । ଭାରତ ପାଇଁ ଟ୍ରମ୍ପ ଗର୍ବିତ ବୋଲି କହିବା ସହ ଆମେରିକା ଭାରତକୁ ଭଲ ପାଏ ଓ ସମ୍ମାନ କରେ ବୋଲି କହିଛନ୍ତି । ଏହା ସହ ଆଗାମୀ ଦିନରେ ଆମେରିକା ସବୁ ବେଳେ ଭାରତର ବିଶ୍ୱସ୍ତ ବନ୍ଧୁ ହୋଇ ରହିବ ବୋଲି ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି ।
ସେ ପୁଣି କହିଲେ ଯେ , ଆମ୍ଭମାନଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ୍’ର ଗୂଢ଼ ଅର୍ଥ ରହିଛି । ଏହି ଗସ୍ତ ଆମର ବନ୍ଧକୁ ଆହୁରି ଦୃଢ଼ କରିବ । ଇତିହାସ ପୁନଃରାବୃତ୍ତି ହେଉଥିବା ପରି ଆଜି ମୋର ମନେହେଉଛି । ୫ ମାସ ତଳେ ମୁଁ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ଯାଇଥିଲି । ଆଜି ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ଅହମଦାବାଦ ଆସିଛନ୍ତି । ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking