30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବ୍ରିଟେନରେ ନୂଆ ନିୟମ: ବେକରେ ପଟି ବାନ୍ଧି ପୋଷା କୁକୁରଙ୍କୁ ରାସ୍ତାରେ ବୁଲାଇବା ମନା

ବ୍ରିଟେନରେ ନୂଆ ନିୟମ: ବେକରେ ପଟି ବାନ୍ଧି ପୋଷା କୁକୁରଙ୍କୁ ରାସ୍ତାରେ ବୁଲାଇବା ମନା

ବ୍ରିଟେନ୍ : ଏଣିକି କୁକୁର ମାଲିକଙ୍କ ଉପରେ ଲାଗିପାରେ ଭାରୀ ଜରିମାନା । ନିଜ ପୋଷା କୁକୁରଙ୍କ ବେକରେ ୧ ମିଟରରୁ ଅଧିକ ଲମ୍ବାର ପଟି ପକାଇ ସେମାନଙ୍କୁ ଚଲାଇଲେ ମାଲିକମାନେ ପାଖାପାଖି ୧,୦୧,୫୨୮ ଟଙ୍କାର ଭାରୀ ଜରିମାନା ଦେଇ ପାରନ୍ତି । ଆସନ୍ତା ଏପ୍ରିଲ ୧ଠାରୁ ବ୍ରିଟେନର କିଛି ଅଞ୍ଚଳରେ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛୁ । ଲୋକମାନେ ରାସ୍ତା ଏବଂ ସାଇକେଲ ମାର୍ଗ ପାଖରେ ନିଜ କୁକୁରମାନଙ୍କୁ ବୁଲାଇବା ସମୟରେ ଅଧିକ ଲମ୍ବାର ପଟି ବ୍ୟବହାର କରି ପାରିବେ ନାହିଁ । ଯଦିଓ ଏହି ନୂଆ ନିୟମ ପାର୍କ ଏବଂ ସମୁଦ୍ର କୂଳରେ ଲାଗୁ ହେବ ନାହିଁ । ଯଦି କେହି ନୂଆ ନିୟମ ଉଲ୍ଲଂଘନ କରୁଥିବାର ଦେଖା ଯାଆନ୍ତି, ତ ତାଙ୍କୁ ସେହି ସ୍ଥାନରେ ହିଁ ପାଖାପାଖି ୧୦,୧୫୨ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । କେବଳ ଏତିକି ନୁହେଁ, ମକଦ୍ଦମା ରୁଜୁ ହେଲେ ଅର୍ଥାତ୍ ମକଦ୍ଦମା ସ୍ଥିତିରେ ଜରିମାନା ପରିମାଣ ୧ ଲକ୍ଷରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇପାରେ । ଏହି ନିୟମ କୁକୁରମାନଙ୍କ ପାଇଁ ଏକ ନୂତନ ସାର୍ବଜନିକ ସ୍ଥାନ ସଂରକ୍ଷଣ ଆଦେଶ ଅଧୀନରେ ଆସୁଛି ଏବଂ ବର୍ତ୍ତମାନ କେବଳ ଟ୍ରିଙ୍ଗ୍‌ବ୍ରିଜ୍ ଜିଲ୍ଲାର ମାଲିକମାନଙ୍କ ଉପରେ ହିଁ ଲାଗୁ କରାଯିବ । ରିପୋର୍ଟ ଅନୁସାରେ, ଟ୍ରିଙ୍ଗ୍‌ବ୍ରିଜ୍ ଜିଲ୍ଲାର କାଉନସିଲର ଅଧିକାରୀମାନେ ଅଞ୍ଚଳରୁ ଏମିତି ଲୋକଙ୍କୁ କମ୍ କରିବାକୁ ଚାହୁଁଛନ୍ତି, ଯେଉଁମାନେ ଦାୟିତ୍ୱହୀନତା ଭାବରେ କୁକୁର ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ପାଳୁଛନ୍ତି । ଏହାଛଡ଼ା ନୂଆ ନିୟମ ଲାଗୁ କରିବାର ଆଉ ଏକ ଉଦ୍ଦେଶ୍ୟ ହେଉଛି, ଅଞ୍ଚଳକୁ ସ୍ୱଚ୍ଛ, ପରିଷ୍କାର ଏବଂ ସବୁଜ, ସୁନ୍ଦର ରଖିବା । କାଉନସିଲର କହିଛନ୍ତି, ଏହି ନିୟମ ଲାଗୁ ହେବା ପରଠାରୁ ଭଲ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଆମେ ଚାହୁଁଛୁ କି, ଏହା ଆଗକୁ ଜାରି ରହୁ । ଏହାଦ୍ୱାରା ଆମ ଜିଲ୍ଲାରେ ଏକ ବଡ ପରିବର୍ତ୍ତନ ଆସିଛି । ନୂଆ ନିୟମ ଅଧୀନରେ ମାଲିକମାନେ ସର୍ବସାଧାରଣ ସ୍ଥାନରେ ନିଜ କୁକୁରକୁ ମଳ ତ୍ୟାଗ କରାଇ ପାରିବେ ନାହିଁ । ପର୍ଯ୍ୟାପ୍ତ ପୁ ବ୍ୟାଗ୍ ନେଇଯିବା ସହିତ ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ମଧ୍ୟରେ ସମୁଦ୍ର କୂଳରେ ଗୃହପାଳିତ ପଶୁମାନଙ୍କୁ ଚଲାଇବା ଉପରେ ମଧ୍ୟ ନିୟମ କଡ଼ାକଡ଼ି ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking