37.1 C
Bhubaneswar
Thursday, March 28, 2024
Homeଟୁରିଜିମ୍ ‘ଡେଥ୍ ରୋଡ୍‌’ କେଉଁଠି ଜାଣିଛନ୍ତି କି? ପଢ଼ନ୍ତୁ...

 ‘ଡେଥ୍ ରୋଡ୍‌’ କେଉଁଠି ଜାଣିଛନ୍ତି କି? ପଢ଼ନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ଆମେରିକାର ବଲିଭିଆର ୬୯ କିଲୋମିଟର ଲମ୍ବା ଉତ୍ତର ୟୁଙ୍ଗାସ୍ ରୋଡ୍ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ଭାବେ ବିବେଚନା କରାଯାଏ । ଏଠାରେ ଗାଡି ଚଳାଇବା ଏତେ ବିପଜ୍ଜନକ ଯେ ଏହାକୁ ‘ଡେଥ୍ ରୋଡ୍’ କୁହାଯାଏ । କେବଳ ସାଇକେଲ ଚାଳକମାନେ ଏହି ରାସ୍ତାରେ ଯାତାୟାତ କରିପାରିବେ । ଏହି ରାସ୍ତାରେ  ଦୁର୍ଘଟଣା ହେତୁ ପ୍ରତିବର୍ଷ ୨୦୦ ରୁ ୩୦୦ ଲୋକଙ୍କ ମୃତ୍ୟୁ ଘଟିଥାଏ । ଓଭରଲୋଡ୍ ଏବଂ ସ୍ଲିପ୍ ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟେ । ଏହି ରାସ୍ତାଟି କାଦୁଅ ତଥା ଖସଡ଼ାରେ ପରିପୂର୍ଣ୍ଣ ହୋଇଥିବା କାରଣରୁ, ଏଠାରେ ଗାଡି ଚଲାଇବା ସମୟରେ ଗାଡିଗୁଡିକର ଟାୟାରଗୁଡିକ ଖାଇ ଆଡକୁ ଖସିଯାଇଥାଏ । ଫଳରେ ଦୁର୍ଘଟଣା ଘଟି ମୃତ୍ୟୁ ହେବା ସୁନିଶ୍ଚିତ । ଅନେକ ସ୍ଥାନରେ ଏପରି ପରିସ୍ଥିତି ଅଛି, ଯେଉଁଠାରେ ଦୁଇଟି କାର ମୁହାଁମୁହିଁ ମଧ୍ୟ ପାର ହୋଇ ପାରନ୍ତି ନାହିଁ । ଏହି ରାସ୍ତା ସମୁଦ୍ର ପତ୍ତନଠାରୁ ୧୫,୪୦୦ ଫୁଟ ଉଚ୍ଚରେ ଥିବା ବେଳେ ପ୍ରତିବର୍ଷ ଏଠାରେ ୨୦୦ ରୁ ୩୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ । ବେଳେବେଳେ କିଛି ଗାଡ଼ିର ଟାୟାର ମଧ୍ୟ ଖାଇ ଆଡ଼କୁ ଝୁଲି ରହିଥାଏ ।  ତେଣୁ ଅତି ଯତ୍ନ ସହକାରେ ଏହି ରାସ୍ତାରେ ଗାଡ଼ି ଚଳାଇବାକୁ ପଡ଼େ । ଅନେକ ଯାନ ଶହ ଶହ ଫୁଟ ତଳକୁ ଖସିପଡିଥିବା ମଧ୍ୟ ନଜିର ରହିଛି । ତେବେ ଦୁଃସାହସିକ ଚାଳକମାନଙ୍କ ପାଇଁ ଏହା ଏକ ପ୍ରିୟ ରାସ୍ତା ହୋଇଥାଏ, କେବଳ ଯେଉଁମାନେ ସବୁବେଳେ ବିପଦକୁ ସମ୍ମୁଖୀନ କରିବାକୁ ଭଲ ପାଆନ୍ତି । ୨୦୦୬ ପର‌୍ୟ୍ୟନ୍ତ, ଉତ୍ତର ୟୁଙ୍ଗାସ୍ ରୋଡ୍ କୋରିକୋରୁ ଲା ପାଜ୍ ପର‌୍ୟ୍ୟନ୍ତ ଏହା ଏକମାତ୍ର ମାର୍ଗ ଥିଲା । ଏହି ରାସ୍ତା ୧୯୩୦ ରେ ଚାକୋ ଯୁଦ୍ଧ ସମୟରେ ପାରାଗୁଏନ ବନ୍ଦୀମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking