OnaKhabar

ଜାତୀୟ ଚିକିତ୍ସକ ଦିବସ

ଯାଜପୁର : ଜାତୀୟ ଚିକିତ୍ସକ ଦିବସ ଉପଲକ୍ଷେ ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଡାକ୍ତର ମାନେ  ନିଜର ଏବଂ ନିଜ ପରିବାରର ନିରାପତ୍ତାକୁ ପଛରେ ପକାଇ କରୋନା ବିରୋଧ ସଂଗ୍ରାମରେ ଯୋଗଦାନ କରି ଅହରହ ରୋଗୀ ସେବାରେ ବ୍ରତୀ। ଡାକ୍ତରଙ୍କ ନିଃସ୍ଵାର୍ଥପର ଓ ଉତ୍ସର୍ଗୀକୃତ ସେବାପାଇଁ ଆଗ ଧାଡିର କରୋନା ଯୋଦ୍ଧା ରୂପେ ବିବେଚିତ ବିଭିନ୍ନ ଡାକ୍ତରଖାନାର ଅଧୀକ୍ଷକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତି ଡାକ୍ତର ହେମନ୍ତ କିଶୋର ସାହୁ, ସଂପାଦକ ଡାକ୍ତର ଗୌରୀ ଶଙ୍କର ଷଡ଼ଙ୍ଗୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରସନ୍ନ କୁମାର ସାହୁ ଙ୍କ ନେତୃତ୍ବରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି, ଡାକ୍ତର ଶିଶିର କୁମାର ସାହୁ ଓ ମହିଳା ଡ଼ାକ୍ତର ଆଦ୍ଯା ଅନିନ୍ଦିତା, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ଦେବାଶିଷ ସାହୁ,କୋରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ହିମାଂଶୁ କୁମାର ଓ ମହିଳା ଡାକ୍ତର ନିବେଦିତା ମହାନ୍ତି, ଡ଼ୁବୁରୀ ଟାଟା ମେଡିକା କୋଭିଡ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ସୁଧାଂଶୁ ଶେଖର ସୂତାର ଏବଂ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଅଭୟ କୁମାର ଓଝା ଓ ଡାକ୍ତର ପ୍ରଶାନ୍ତ କୁମାର ବେହେରା ଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ସଂଧ୍ୟାରେ ସଂଘ ତରଫରୁ ପ୍ରଥମ କରି ଏକ ଆଲୋଚନା ସଭା ଗୁଗୁଲ ମିଟରେ ଇଣ୍ଟରନେଟ୍ ମାଧ୍ୟମରେ ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ସଂଘର ୨୫ଜଣ ସଦସ୍ୟ ଯୋଗଦାନ କରିଥିଲେ ଓ କୋଭିଡ ୧୯ ବିଷୟରେ ପୁଂଖାନୁପୁଂଖ ଭାବେ ଆଲୋଚନା କରାଯାଇଥିଲା। ସଂଘର ଦିବଂଗତ ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଡାକ୍ତର ହରିଦାସ କୁଣ୍ଡୁ ଓ ଦିବଂଗତ ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ବ୍ରଜ କିଶୋର ମହାରଣା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111