31.1 C
Bhubaneswar
Tuesday, April 23, 2024
Homeଓଡିଶାଅପହଞ୍ଚ ଇଲାକାରେ ଡାକ୍ତରୀ ଟିମ୍

ଅପହଞ୍ଚ ଇଲାକାରେ ଡାକ୍ତରୀ ଟିମ୍

ଫୁଲବାଣୀ : ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆଜି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ୍ ପହଞ୍ଚଥିଲେ ଅପହଞ୍ଚ ଅଞ୍ଚଳରେ । ଉକ୍ତ ଗ୍ରାମରେ ଜଣେ ଗର୍ଭବତୀ ମହିଳା ଥିବା ବେଳେ ଗମନା ଗମନ ସୁବିଧାନଥିବା ଯୋଗୁଁ ସେ ସମସ୍ୟା ଭୋଗୁଥିବା ନେଇ କୌଣସି ପ୍ରକାର ଖବର ପାଇ ଚିକିତ୍ସା ଯୋଗାଇ ଦେବାପାଇଁ ଉକ୍ତ ଅଞ୍ଚଳରେ ପହଞ୍ଚଥିଲେ ଏହି ଟିମ୍ । ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ପ୍ରାୟ ୪ କିଲୋମିଟର ପାହାଡ଼ ଚଢିବା ପରେ ସେଠାରେ ପହଞ୍ôଚ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମହିଳା ଜଣକ ଗର୍ଭବତୀ ନଥିବା ଜଣାପଡିଥିଲା ।
ତୁମିଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨ ଜଣ ଡାକ୍ତରଙ୍କ ସମେତ ଏଏନ୍‌ଏମ୍‌, ଭିବିଟିଏସ୍‌, ଆଶା ଓ ଅନ୍ୟ କର୍ମଚାରୀମାନେ କରୁକୁଡ଼ୁପା ପଞ୍ଚାୟତ ଗସ୍ତ କରିଥିଲେ । ପ୍ରାୟ ୧୨ କିଲୋମିଟର ଯିବା ପରେ ଆଉ ସୁବିଧା ନଥିବାରୁ ଚାଲି ଚାଲି ଯାଇଥିଲେ । ପ୍ରାୟ ୫ କିଲୋମିଟର ଚାଲିବା ପରେ ପହଞ୍ôଚଥିଲେ ସାଣବଡ଼ା ଗ୍ରାମରେ । ସେହି ଗ୍ରାମରେ ଗର୍ଭବତୀ କୁହାଯାଉଥିବା ରଜନୀ ଦିଗାଲଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ଚିକିତ୍ସା କରାଯାଇଥିଲା । ସେଠାରେ ପ୍ରାୟ ୧୪ ଜଣଙ୍କର ରକ୍ତ ପରୀକ୍ଷା କରିଥିଲେ ମଧ୍ୟ କେହି ମଧ୍ୟ ମ୍ୟାଲେରିଆରେ ପୀଡ଼ିତ ନଥିବା ଜଣାଯାଇଛି । ଉକ୍ତ ଟିମ ରଜନୀ ଦିଗାଲଙ୍କୁ ଷ୍ଟ୍ରେଚର ମାଧ୍ୟମରେ ଉକ୍ତ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯିବା ପରେ ସେଠାରୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡ଼ା. ଅଭିଷେକ ନାୟକ ଓ ଡ଼ା. ଜର୍ଜ ଦୀପକ ଦୁର୍ଗମା ଭବନ ପ୍ରମୁଖ ରଜନୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ସେ ଗର୍ଭବତୀ ନଥିବାର ରିପୋର୍ଟରୁ ପ୍ରକାଶ । ଅନ୍ୟପକ୍ଷରେ ପୃଷ୍ଟିକର ଖାଦ୍ୟ ଅଭାବ ସହିତ ବିିଭିନ୍ନ କାରଣ ଯୋଗୁଁ ରଜନୀ ଦିଗାଲ ଗୁରୁତର ଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ତୁମିଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିବାର ସିଭିବିଟି ରାଜେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking