31.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ

ଡାକ୍ତରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ

ମାଲକାନଗିର : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ନିଲମ୍ବିତ କରାଯାଇଥିଲା । ତେବେ ଡାକ୍ତରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଦାବିରେ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ କାଲିମେଳା ବନ୍ଦ ଡାକରା ଦିଆଯାଇଛି । ଗତ ୨୯ ତାରିଖରେ କାଲିମେଳା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଚିକିତ୍ସା ପାଇଁ ଆସିଥିବା ବେଳେ ଡଃ.ମୁକ୍ତିକାନ୍ତ ମଲ୍ଲିକ ଛାତ୍ରୀଙ୍କୁ ମାଡ଼ ମାରିଥିବା ସହ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ କିଛି ସମୟ ଧରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣା ପରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଓ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମିଳିତ ଭାବେ ତଦନ୍ତ କରିଥିଲେ । ପରେ ତଦନ୍ତ ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଥିଲା । ତଦନ୍ତ ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଡାକ୍ତରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଆଜି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଅନିର୍ଦ୍ଦିଷ୍ଟକାଳ ପାଇଁ କାଲିମେଳା ବନ୍ଦ ଡାକରା ଦିଆଯାଇଛି । କାଲିମେଳାଠାରେ ୬ ଜଣ ଡାକ୍ତରଙ୍କ ସ୍ଥାନରେ ୨ ଜଣ ଡାକ୍ତର ରହିଛନ୍ତି । ଏହି ୨ ଜଣ ଡାକ୍ତର କାଲିମେଳା ବ୍ଲକ୍‌ର ୨୩ ଟି ପଞ୍ଚାୟତ ଓ ପଡ଼ିଆ ବ୍ଲକର ୮ ଟି ପଞ୍ଚାୟତବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏହାବ୍ୟତୀତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ର ରୋଗୀମାନେ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ତେବେ ୨୪ ଘଣ୍ଟା ଦିନରାତ୍ରିରେ ସେବା ଯୋଗାଇ ଆସୁଥିବା ଡାକ୍ତର ଶ୍ରୀ ମଲ୍ଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବୈଠାରୁ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସରକାର ନିଲମ୍ବନ କରିଥିବାରୁ ତାଙ୍କୁ ପୁଣି ଏଠାରେ ଅବସ୍ଥାପିତ କରାଯାଇପାରିବ ନାହିଁ । ଆଗାମୀ କିଛି ମାସ ପରେ ଏଥିପ୍ରତି ବିଚାର କରାଯିବ ବୋଲି ପ୍ରତିଶ୍ରୃତି ଦେବା ପରେ ବନ୍ଦ ଡକାରା ପ୍ରତ୍ୟାହୃତ ହୋଇଥିଲା । ଏହି ବନ୍ଦ ଡକାରାରେ କାଲିମେଳା ବ୍ଲକ୍ ଅଧ୍ୟକ୍ଷ ମାଲା ମାଡ଼ି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଚୈତନ୍ୟ ଚୌଧୁରୀ, ଜିଲ୍ଲାପରିଷଦ ଉତ୍ତମ ରାୟଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking