27.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଡାକ୍ତର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତମ ସେଠୀଙ୍କ ନାତି ତଥା ଡାକ୍ତର ଛାତ୍ର କୁମାର ଅନିକେଶଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଡାକ୍ତର ଛାତ୍ର କୁମାର ଅନିକେଶଙ୍କ ମୃତଦେହ କଟକର ଯୋବ୍ରା ନିକଟ ମହାନଦୀପଠାରୁ ଉଦ୍ଧାର ହୋଇଥିବାବେଳେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଅନିକେଶଙ୍କ ପିତା ସତ୍ୟପ୍ରକାଶ ସେଠୀଙ୍କ କହିବା ଅନୁସାରେ, କଲେଜରେ ର‌୍ୟାଗିଂର ଶୀକାର ହୋଇଥିବା ଅନିକେଶ ମାନସିକ ଅବସାଦ ଭୋଗୁଥିବା ଜଣାଇଥିଲେ । ତେବେ ଢେଙ୍କାନାଳରେ ସମବାୟ ଉପ ସହକାରୀ ନିବନ୍ଧକ ଭାବେ କାର୍ଯ୍ୟ ସତ୍ୟପ୍ରକାଶ ଚାକିରି ବ୍ୟସ୍ତତାରେ ବ୍ରହ୍ମପୁର ଯାଇପାରିନଥିଲେ । ଏପରିକି ର‌୍ୟାଗିଂ ସମୟରେ ଅନିକେଶର ଗାର୍ଲଫ୍ରେଣ୍ଡ ଅଛି କି ନାହିଁ ପଚରାଯାଇଥିଲା । ଭୟରେ ଅନିକେଶ ଜଣେ ଅପରିଚିତ ଝିଅର ଫଟୋ ଦେଖାଇ ଗାର୍ଲଫ୍ରେଣ୍ଡ ବୋଲି କହିଥିଲା । ତେବେ ଫଟୋରେ ଥିବା ଯୁବତୀ ବ୍ରାହ୍ମଣ ବୋଲି କହି ର‌୍ୟାଗିଂ କରୁଥିବା ଛାତ୍ରମାନେ ଧମକଚମକ ଦେଇଥିଲେ । ଏଥିସହ ଜାତିଆଣ ଅକ୍ଷେପ କରି ନିର୍ଯାତନା ମଧ୍ୟ ଦିଆଯାଇଥିଲା । ତେଣୁ ଅନିକେଶ ଭୁବନେଶ୍ୱର ଏକ ସମ୍ପର୍କୀୟଙ୍କ ଘରେ ଆସି ରହୁଥିଲେ ଏବଂ ସତ୍ୟପ୍ରକାଶ ଗତ ୨୮ରେ ପୁଅକୁ ଘରକୁ ନେବା ପାଇଁ ଯାଇଥିଲେ ।
ଫେରିବାବେଳେ ଯୋବ୍ରା ନିକଟରେ ଅନିକେଶ ଜଳଖିଆ ଖାଉଥିବାବେଳେ କାରରେ ଥିôବା ପତ୍ନୀଙ୍କୁ ଜଳଖିଆ ଦେଇ ସତ୍ୟପ୍ରକାଶ ଫେରିବା ବେଳକୁ ସେ ସେଠାରେ ନଥିଲେ । ଖୋଜାଖୋଜି ପରେ ଜଗତପୁର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ୨୯ ତାରିଖରେ ମହାନଦୀ ପଠାରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ କ୍ଷତ ଚିହ୍ନ ଥିବାରୁ ଏହା ହତ୍ୟା କରାଯାଇଛି ବୋଲି ସତ୍ୟପ୍ରକାଶ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking