28.1 C
Bhubaneswar
Tuesday, June 28, 2022
Homeମନୋରଞ୍ଜନଅଭିନେତ୍ରୀ ଜାରା ପାଇଥିଅନ୍‌ଙ୍କୁ ୮ ବର୍ଷ ଜେଲ

ଅଭିନେତ୍ରୀ ଜାରା ପାଇଥିଅନ୍‌ଙ୍କୁ ୮ ବର୍ଷ ଜେଲ

ମୁମ୍ବାଇ :  ଆଇନ ଜାଲରେ ଫସିଲେ ଅଭିନେତ୍ରୀ ଜାରା ପାଇଥିଅନ୍‌। ନିକଟରେ ରିଲିଜ ହୋଇଥିବା ସୁପରହିଟ୍‌ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ର ଅଭିନେତ୍ରୀ ଜାରା ପାଇଥିଅନ୍‌ଙ୍କୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।ଶିଶୁ ନିର୍ଯାତନା ମାମଲାରେ ଜେଲ ଦଣ୍ଡରେ ଦଣ୍ଡିତ ହେଲେ।  ଶିଶୁ ନିର୍ଯାତନା ଓ ଶାରୀରିକ ପ୍ରତାଡନା ମାମଲାରେ ତାଙ୍କୁ ଏହି ଦଣ୍ଡ ମିଳିଛି। ୨୦୦୫ ଓ ୨୦୦୮ରେ ୧୩ରୁ ୧୫ ବର୍ଷର ଜଣେ ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ଜାରାଙ୍କ ନାଁରେ ଅଭିଯୋଗ ହୋଇଥିଲା।

ସୂଚନାନୁଯାୟୀ , ଏହି ମାମଲାର ତଦନ୍ତ ପରେ ସେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ନର୍ଟିଙ୍ଘମ କ୍ରାଉନ୍‌ କୋର୍ଟ ତାଙ୍କୁ ୮ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଜାରା ପାଇଥିଅନ୍‌ଙ୍କ ସ୍ୱାମୀ ଭିକ୍ଟର ମାର୍କେଙ୍କୁ ମଧ୍ୟ ଦଣ୍ଡ ମିଳିଛି। ୫୯ ବର୍ଷୀୟ ଭିକ୍ଟରଙ୍କୁ ଉକ୍ତ ପୀଡିତା ନାବାଳିକାଙ୍କୁ ପ୍ରତାଡିତ କରିବା ଅଭିଯୋଗରେ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking