27.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତରଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡାକ୍ତରଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

କଳାହାଣ୍ଡି : ଦୁନିଆରେ ଭଗବାନ ଅଛନ୍ତି ସତ କିନ୍ତୁ ତାଙ୍କୁ ଦେଖି ହୁଏ ନାହିଁ । ହେଲେ ମଣିଷକୁ ମରଣରୁ ବଞ୍ଚାଉଥିବା ଓ ରୋଗ ଦୁଃଖକୁ ଦୂର କରି ନୂଆ ଜୀବନ ପ୍ରଦାନ କରୁଥିବା ଡାକ୍ତର ଙ୍କୁ ଭଗବାନ ସ୍ୱରୂପ ହି ମନାଯାଏ ।
ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ, କେହି କେହି ମୁହଁ ଲୁଚାଇ କାନ୍ଦୁଛନ୍ତି ତୋ କେହି କେହି ମୁହଁ ବୁଲେଇ କାନ୍ଦୁଛନ୍ତି । କାନ୍ଦକୁ ସମ୍ଭାଳିନପାରି କେହିକେହି କୁଣ୍ଢେଇ ଧରି କାନ୍ଦୁଛନ୍ତି । ଏହି ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଳକର । ଏହା ଆପଣଂକୁ ଆଶ୍ଚର‌୍ୟ୍ୟ କରିପାରେ ଯେ ଜଣେ ସରକାରୀ କର୍ମଚାରୀଙ୍କ ବଦଳି ହେବାପରେ ତାଙ୍କ ବିଦାୟ ସମ୍ବର୍ଦ୍ଧନା ବେଳେ ଏଭଳି ପରିସ୍ଥିତି ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଯାତାୟାତ ତଥା ଦୁରସଂଚାର ଅଭାବ ଯୋଗୁଁ ଏଠି ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ମିଳିପାରେ ନାହିଁ । କିନ୍ତୁ ୨୦୧୫ ମସିହାରୁ ଏହାର ସୁଧାର ଆସିଛି । ୨୦୧୫ରେ ଥୁଆମୂଳ ରାମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୁବନେଶ୍ୱର ମହାନଗର ରୁ ଆସି ଡାକ୍ତର ଭାବେ ଯୋଗଦେଇଥିଲେ ଏମବିବିଏସ ଡାକ୍ତର ଅଭିନାଶ ରଥ । ନିଜର କାର‌୍ୟ୍ୟ ରେ ଯୋଗଦାନ ଦେଲା ଦିନଠାରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲେ ଅନେକ ପରିବର୍ତ୍ତନ । ନିଜର ମଧୁର ବ୍ୟବହାର, କର୍ତ୍ତବ୍ୟପରାୟଣତା ଲୋକଙ୍କୁ ବହୁ ଆକର୍ଷଣ କରିଥିଲା ।
ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବାସହ ବହୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଦୁର୍ଗମ ଗିରି କୁ ଅତିକ୍ରମ କରି ଲୋକଙ୍କ ପାଖରେ ପହଂଚି ନିଜ ସେବା ପ୍ରଦାନ କରିବା ସହ ଲୋକଙ୍କ ମନରେ କେବେ ଦୁଃଖ ଦେଖୁନଥିଲେ । ସେ ଏକ ଧାରାରେ ଡାକ୍ତର ହେବା ସହ ପଶୁପ୍ରେମୀ ମଧ୍ୟ । ଥୁଆମୂଳ ଜଙ୍ଗଲ ଅଞ୍ଚଳରେ ସାପ ଏକ ସାଧାରଣ କଥା ହୋଇଥିବା ବେଳେ ସେ ସାପ କୁ ନମାରି ନିଜେ ଧରି ଜଙ୍ଗଲ ରେ ଛାଡ଼ିଦେବା ସହ ସାପକୁ ନମରିବା ପାଇଁ ସଚେତନ ମଧ୍ୟ କରୁଥିଲେ । ଦୀର୍ଘ ୫ବର୍ଷ ପରେ ତାଙ୍କୁ ସୁଦୂର ପିପିଲି କୁ ସ୍ଥାନତରଣ ହୋଇଛି । ତାଙ୍କୁ ବିଦାୟ ବେଳା ବେଳେ ଅଞ୍ଚଳରେ ଶୋକକୁଳ ପରିବେଶ ସହ ଏଭଳି ସ୍ଥିତି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking