40.1 C
Bhubaneswar
Thursday, April 25, 2024
Homeଓଡିଶାଦାଦାର ତିର ମାଡ଼ରେ ପୁତୁରା ଗୁରୁତର ୨୩ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ କାଟିଲେ...

ଦାଦାର ତିର ମାଡ଼ରେ ପୁତୁରା ଗୁରୁତର ୨୩ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ କାଟିଲେ ଡାକ୍ତର

ଯାଜପୁର:  ଜିଲ୍ଲା ର ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମରେ ପୁରୁଣା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଜୁନ 2 ତାରିଖରେ ଝଗଡା ହୋଇଥିଲା ! ଏହି ଝଗଡରେ କୋଇଲ ଗ୍ରାମର ଲଷ୍ମୀଧର ପ୍ରଧାନ ତାଙ୍କ ପୁତୁରା ଶିଶିର ପ୍ରଧାନଙ୍କ ଗୋଡ଼ ଜଙ୍ଘକୁ ତିର ମାରିଦେଇଥିଲା ! ଘଟଣାସ୍ଥଳରେ ଶିଶିର ଗୁରୁତ୍ତର ଆହତ ହୋଇପଡ଼ିବାରୁ ତାଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇଥିଲେ ! ସେଠୀ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ 23 ଦିନ ଚିକିତ୍ସା ହେବାପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ଡାକ୍ତର ବାଧ୍ୟ ହୋଇ ଶେଷରେ ସିସିରଙ୍କ ଗୋଡ଼ କାଟିଥିବା ସୂଚନା ମିଳିଛି । ଶିଶିର ଟ୍ରକ ଡ୍ରାଇଭର ଭାବେ ଗାଡି ଚଲେଇ ତାଙ୍କ ପରିବାରର ପ୍ରତିପୋଷଣ କରୁଥିବାଲେ ! ପରିବାରରେ ଶିଶିର ଏକମାତ୍ର ରୋଜଗରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଅସମୀଙ୍କୁ ସୁକିନ୍ଦା ପୋଲିସ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରିବାର ପକ୍ଷରୁ ଦାବି ହେଉଛି ।ସୁକିନ୍ଦା ବିଧାୟକ ଉକ୍ତ ପରିବାର ପ୍ରତି ସରକାରୀ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ଦାବି କରାଯାଇଛି l ବିଧାୟକ ଗୁରୁତ୍ୱ ସହକାରେ ବିଚାର କରିବେ ବୋଲି ଆଶା କରାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking