30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକରୋନା ଟୀକା ନେବା ପରେ ଏହି ଦୁଇଟି ଜିନିଷରୁ ରୁହନ୍ତୁ ନିଵୃତ

କରୋନା ଟୀକା ନେବା ପରେ ଏହି ଦୁଇଟି ଜିନିଷରୁ ରୁହନ୍ତୁ ନିଵୃତ

ନୂଆଦିଲ୍ଲୀ: କରୋନା ଭାଇରସ ଟିକା ଆପଣଙ୍କୁ କୋଭିଡ -19 ସଂକ୍ରମଣରେ ଅସୁସ୍ଥ ହେବାରୁ ରକ୍ଷା କରିପାରିବ । ଔଷଧ ପରି ଟିକାଗୁଡ଼ିକର ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଅଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କୋଭିଡ -19 ଟିକା ପ୍ରୟୋଗ କରିବା ପରେ ଜଣେ ବ୍ୟକ୍ତି କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିପାରନ୍ତି । ଏହି ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ସାଧାରଣ ହୋଇଥାଏ । ଏଥିରେ  ହାଲକା ଭାବରେ ସାମାନ୍ୟ ଯନ୍ତ୍ରଣା, ଫୁଲା କିମ୍ବା ଇଞ୍ଜେକ୍ସନ ନେବା ଜାଗା ଲାଲ ହୋଇଯିବା , ଜ୍ୱର, ଥଣ୍ଡା, ଥକାପଣ ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ ।

ଏହା ସହିତ ଟିକା ନେବା ପରେ କିଛି ସତର୍କତା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ ।  ଯେପରିକି ମାସ୍କ ପିନ୍ଧିବା, ଶାରୀରିକ ଦୂରତା ବଜାୟ ରଖିବା, ସ୍ୱଚ୍ଛତା ଯତ୍ନ ନେବା ଇତ୍ୟାଦି । ଏହା ବ୍ୟତୀତ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ମଦ୍ୟପାନ ଏବଂ ସିଗାରେଟରୁ ଦୂରରେ ରହିବାର ଆବଶ୍ୟକତା ଅଛି ।  କାରଣ ଏହା ଟିକା ପ୍ରଭାବକୁ ହ୍ରାସ କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking