35.1 C
Bhubaneswar
Tuesday, April 23, 2024
Homeଜୀବନଶୈଳୀରାତିରେ ନିଦ ନହେବାର କାରଣ...

ରାତିରେ ନିଦ ନହେବାର କାରଣ…

ବହୁତ ଲୋକଙ୍କର ରାତିରେ ନିଦ ହୁଏନାହିଁ । ଏଥିପାଇଁ ନିଦ ବଟିକା ଖାଇବାକୁ ପଡ଼ିଥାଏ । ଏପରିକି କିଛି ଲୋକ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି ଏଥିପାଇଁ । ଆହୁରି ମଧ୍ୟ ଦେଖାଯାଇଛି କିଛି ଲୋକଙ୍କର ରକ୍ତଚାପ ଠିକ ଥାଏ, ସ୍ୱାସ୍ଥ୍ୟ ମଧ୍ୟ ଠିକ ଥାଏ କିନ୍ତୁ ଶୋଇଲା ବେଳେ ନିଦ ହୁଏନାହିଁ । ଯଦି ଏପରି ହେଉଥାଏ ତାହାହେଲେ ବାସ୍ତୁବିଦଙ୍କ ସହ ଯୋଗାଯୋଗ କରିବା ଭଲ । ବାସ୍ତୁବିଦଙ୍କ ମତ ଅନୁସାରେ ଶୋଇବା ଘରେ ବା ଶୋଇବା ଜାଗାରେ କିଛି ଜିନିଷ ଥିଲେ ନିଦ୍ରାରେ ବ୍ୟାଘାତ ହୁଏ । ତେବେ ଆସନ୍ତୁ ଜାଣିବା ସେହସବୁ ଜିନିଷଗୁଡ଼ିକ କଣ ଏବଂ ଏହାର ପ୍ରତିକାର କିପରି କରିବା ।
୧. ଶୋଇବା ବେଳେ ନିଜ ପର୍ସ କିମ୍ବା ଔଷଧକୁ ପାଖରେ ରଖନ୍ତୁ ନାହିଁ।
୨. ଶୋଇଥିବା ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ।
୩. ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ। ବିଭିନ୍ନ ପ୍ରକାରର କଷ୍ଟକୁ ସାମ୍ନା କରିବାକୁ ପଡ଼ିପାରେ।
୪. ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢ଼ିଥାଏ ଏବଂ ଦାମ୍ପତ୍ୟ କଳହ ମଧ୍ୟ ସୃଷ୍ଟି ହୁଏ।
୫. ଶୋଇବା ଜାଗାରେ ଚପଲ ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
୬. ଶୋଇବା ସମୟରେ ପାଖରେ ଚାବି, ମୋବାଇଲ୍, ଲାପ୍ଟପ୍ ଆଦି ରଖନ୍ତୁ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking