43 C
Bhubaneswar
Tuesday, April 16, 2024
Homeଓଡିଶାସତର୍କ କରାଇଲେ ବାଗଚୀ

ସତର୍କ କରାଇଲେ ବାଗଚୀ

ଭୁବନେଶ୍ୱର: କରୋନା ନେଇ ଅପଡେଟ ସୂଚନା ପ୍ରଦାନ କରିଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ । ଆମେରିକାର ଉଦାହରଣ ଦେଇ ସମସ୍ତଙ୍କୁ ସତର୍କ କରାଇଛନ୍ତି ବାଗଚୀ । ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଆମେ ଯଦି ସତର୍କ ନହେବା ଦିନକରେ ଆମେରିକା ଭଳି ସ୍ଥିତି ଆମର ବି ହେଇଯିବ । ହୋମ କ୍ୱାରେଣ୍ଟିନକୁ କଡାକଡି ମାନିବା ସହ ବୟସ୍କଙ୍କୁ ବିପଦରେ ପକାଇବାନି । ଯେଉଁମାନେ କ୍ୱାରେଣ୍ଟିନ ମାନୁନାହାନ୍ତି, ସେମାନେ ଯମ କୋଳକୁ ଯାଉଛନ୍ତି । ଏହାସହ ଘର ଘର ବୁଲି ସର୍ଭେ କରୁଥିବା ବିଷୟରେ ବାଗଚୀ କହିଛନ୍ତି । ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି । ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଂଚଳରେ ସର୍ଭେ ହେବ । ଘର ଘର ବୁଲି ଆଶା, ଏଏନଏମ କର୍ମୀ ଲକ୍ଷଣ ନେଇ ସର୍ଭେ କରିବେ । ସେହି ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ଲକ୍ଷଣ ଲୁଚାଇବାକୁ ଚେଷ୍ଟା କରନ୍ତୁନି ବୋଲି ସେ କହିଛନ୍ତି । ଲକ୍ଷଣ ଲୁଚାଇଲେ, ସାରା ଜୀବନ ପାଇଁ ଲୁଚିଯିବାର ସମ୍ଭାବନା ରହିଛି । ଜନଜୀବନ ବଂଚାଇବାକୁ ସରକାର ସବୁ ପ୍ରକାର କଠୋର ବ୍ୟବସ୍ଥା ନେବେ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking