34.1 C
Bhubaneswar
Friday, March 29, 2024
Homeଭାଲେଣ୍ଟାଇନ ଦିବସଜୀବନସାଥୀଙ୍କୁ କେମିତି କରିବେ ଇମ୍ପ୍ରେସ? ଏମିତି ପ୍ଲାନ କରନ୍ତୁ ଲେଟ ନାଇଟ ଡେଟ

ଜୀବନସାଥୀଙ୍କୁ କେମିତି କରିବେ ଇମ୍ପ୍ରେସ? ଏମିତି ପ୍ଲାନ କରନ୍ତୁ ଲେଟ ନାଇଟ ଡେଟ

ନୂଆଦିଲ୍ଲୀ: ଭାଲେଣ୍ଟାଇନ ଡେ’ କୁ ନେଇ ପ୍ରେମୀ ଯୁଗଳଙ୍କ ମନରେ ଉତ୍ସାହ ବଢିବାରେ ଲାଗିଲାଣି । ଏବେଠୁ ଅନେକ ଲଭ ବାର୍ଡ ଭାଲେଣ୍ଟାଇନ ଡେ’ରେ ଜୀବନସାଥୀଙ୍କୁ ରପ୍ରାଇଜ ଦେବା ପାଇଁ ପ୍ଲାନ କରୁଛନ୍ତି । କିଛି ଜଣ ଲେଟ ନାଇଟ ଡେଟ ପାଇଁ ମଧ୍ୟ ପ୍ଲାନ କରୁଥିବେ । ତେବେ ଏହି ପ୍ଲାନ କରୁଥିବା ପ୍ରେମୀ ଏହିବୁ ଉପାୟକୁ ଜାଣି ରଖିବା ଉଚିତ ।

ଲେଟ ନାଇଟ ପିକନିକ: ରାତିରେ ଚାହିଁ ରହିଲେ ଆପଣଙ୍କୁ ଭୋକ ଲାଗିପାରେ । ତେଣୁ ଆପଣ ଏହି ଦିନ ବାହାରେ ଏକ ପିକନିକ ପାଇଁ ପ୍ଲାନ କରିପାରିବେ । ତେବେ ଆଇନ ଅନୁସାରେ ଅନୁମତି ଥିବା ପର୍ଯ୍ୟନ୍ତ ନିଜ ସାଥୀ ସହ ସମୟ ଅତିବାହିତ କରିପାରିବେ । ଏହାଦ୍ୱାରା ଉଭୟଙ୍କୁ ନିଜ ହୃଦୟର କଥା ଖୋଲି କହିବା ପାଇଁ ମଧ୍ୟ ସୁଯୋଗ ମିଳିବ ।

ସାଥୀଙ୍କ ପାଇଁ ଲେଖନ୍ତୁ ପ୍ରେମପତ୍ର: ଆଉ ଏକ ସହଜ ଉପାୟ ହୋଇପାରେ ପ୍ରେମପତ୍ର । ଭାଲେଣ୍ଟାଇନ ଡେ’ରେ ଲଭ ଲେଟର ଦେବା ଏହି ଦିନକୁ ଆହୁରି ସ୍ମରଣୀୟ ଏବଂ ସ୍ପେଶାଲ କରିଦେଇପାରେ । ମନର ଭାଷା ଆଉ ହୃଦୟର ବ୍ୟଗ୍ରତାକୁ ଏକ କାଗଜରେ ଉତାରି ଦେଇ ଜୀବନାଥୀଙ୍କୁ ଜଣାଇବାକୁ ଚେଷ୍‌ଟା କରନ୍ତୁ ।

ଖେଳନ୍ତୁ କିଛି ରୋମାଣ୍ଟିକ ଗେମ୍‌: ଲେଟ ନାଇଟ ଡେଟରେ ଆପଣ ଏକାନ୍ତରେ ସମୟ କାଟୁଛନ୍ତି । ତେବେ ଏହାକୁ ସ୍ମରଣୀୟ କରିବା ପାଇଁ ରୋମାଣ୍ଟିକ ଗେମ୍ ଖେଳିବା ତ ନିହାତି ଦରକାର । ମନୋରଞ୍ଜନ ହ ଭାଲେଣ୍ଟାଇନ ଡେ’ର ମଜା ନେଇପାରିବେ ଲଭ ବାର୍ଡସ । ଅନ୍ତାକ୍ଷରୀ କିମ୍ବା ନିଜ ପୁରୁଣା ସ୍ମୃତିକୁ ମନେ ପକାଇ ଏହି ମୁହୂର୍ତ୍ତକୁ ଆହୁରି ମଜାଦାର କରିପାରିବେ ଉଭୟ ପ୍ରେମୀ ।

ତେବେ ଏଭଳି ଅନେକ ଉପାୟରେ ଆପଣ ନିଜ ଭାଲେଣ୍ଟାଇନ ଡେ’କୁ ସ୍ପେଶାଲ କରିପାରିବେ । ତେବେ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଏସବୁ ଖୁବ ସହଜ ଏବଂ ଫଳପ୍ରଦ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking