40.1 C
Bhubaneswar
Wednesday, April 24, 2024
Homeଓଡିଶାମାଂସ ଖଣ୍ଡର ହେବ ଡ଼ିଏନଏ ଟେଷ୍ଟ

ମାଂସ ଖଣ୍ଡର ହେବ ଡ଼ିଏନଏ ଟେଷ୍ଟ

ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏବେ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଏହି ଘଟଣା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାରେ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି । ପ୍ରାଥମିକ ତଦନ୍ତ ଅନୁସାରେ, ସେଠାରେ ୪ ଜଣ କାମ କରୁଥିବା ସୂଚନା ମିଳିଛି । ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ଏସସିବି ରେ ଆଜି ସକାଳେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ତୃତୀୟ ବ୍ୟକ୍ତି ଜଣକ ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ ବୋଲି ସେ କହିଛନ୍ତି । ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି ଏବଂ ସେ ନିରୁଦ୍ଦିଷ୍ଟ ଥିବା ମାନୁଛୁ ବୋଲି କହିଛନ୍ତି ପୋଲିସ କମିଶନର । ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । କଣ କାମ ହେଉଥିଲା, କାହା ତତ୍ତ୍ୱାବଧାନରେ ହେଉଥିଲା ତାର ତଦନ୍ତ ହେବ । ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫରେନସିକ ଲ୍ୟାବ୍ ପଠାଯାଇଛି । ଆବଶ୍ୟକ ପଡିଲେ ତାର ଡିଏନଏ ଟେଷ୍ଟ କରାଯିବ ବୋଲି କମିଶନର କହିଛନ୍ତି । ଡିଏନଏ ଟେଷ୍ଟରେ ସ୍ପଷ୍ଟ ହେବ ସେ ଶରୀର ଅଂଶ କାହାର । ବିସ୍ଫୋରଣ ସ୍ଥଳରୁ ବାକି ରହିଥିବା ଏଲପିଜି ବାହାର କରି ନିଆଯାଇଛି । ଡିଜେଲ ବାହାର କରାଯାଇଛି, କିଛି ସମୟ ପରେ ପେଟ୍ରୋଲ କଢାଯିବ । ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ତନ୍ନ ତନ୍ନ ଯାଂଚ କରାଯିବ । କାଳେ ଗାତ ଭିତରେ କେହି ନିରୁଦ୍ଦିଷ୍ଟ ରହିଯାଇଥିବେ, ତାହା ଦେଖିବୁ । ପରିସ୍ଥିତି ଏବେ ଠିକ ରହିଛି, କେହି ଭୟଭୀତ ହେବାର କାରଣ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking