29.1 C
Bhubaneswar
Wednesday, April 24, 2024
Homeକରୋନାକରୋନାରେ ପ୍ରାଣ ହାରିଲେ ଡିଏମକେ ବିଧାୟକ ଜେ. ଅଁବାଝଗନ

କରୋନାରେ ପ୍ରାଣ ହାରିଲେ ଡିଏମକେ ବିଧାୟକ ଜେ. ଅଁବାଝଗନ

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଭାବେ ଜଣାଶୁଣା ଥିବା ନେତା ଜେ. ଅଁବାଝଗନ କରୋନାରେ ପ୍ରାଣ ହରାଇଛନ୍ତି । ସପ୍ତାହେ ଧରି ମହାମାରୀ କରୋନା ସହ ଲଢିବା ପରେ ଆଜି ଚେନ୍ନାଇରେ ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୬୧ ବର୍ଷୀୟ ଅଁବାଝଗନ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ସେ ଜୁନ ୨ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବଂ ତାଙ୍କର ସ୍ୱାବ ନୁମନା ଟେଷ୍ଟ ହେବା ପରେ ସେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ହେଲେ ପରବର୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ସେ ନିମୋନିଆରେ ପୀଡିତ ଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ସେହି ସମୟରେ ତାଙ୍କର ହୃଦରୋଗ ସମ୍ବନ୍ଧୀୟ ରୋଗ ଆହୁରି ବଢିଯିବା ସହ କ୍ରନିକ କିଡନୀ ରୋଗ ବି ବଢିଯାଇଥିଲା । ତିନି ଥର ଏମଏଲଏ ହୋଇଥିବା ଅଁବାଝଗନ ହେଉଛନ୍ତି ପ୍ରଥମ ବିଶିଷ୍ଟ ନେତା, ଯିଏ କରୋନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଆଜି ମଧ୍ୟ ଜନ୍ମଦିନ ଥିଲା । ହେଲେ ଆଜି ଭଳି ଦିନରେ ସେ ପରଲୋକ ପ୍ରାପ୍ତି କରିଛନ୍ତି । ତାଙ୍କ ମୃତ୍ୟୁରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଳାନିସ୍ୱାମୀ ଶୋକପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିପାଇଁ ତିନିଦିନିଆ ଶୋକ ଘୋଷଣା କରାଯିବା ସହ ସବୁ ପାର୍ଟି ଅଫିସରେ ଡିଏମକେ ପତାକା ଅର୍ଦ୍ଧମସ୍ତ ରହିବ ବୋଲି ଘୋଷଣା ହୋଇଛି । ଖାଲି ଏତିକି ନୁହେଁ, ତିନି ଦିନ ଯାଏଁ ସମସ୍ତ ପ୍ରକାର ଦଳୀୟ ବୈଠକକୁ ମଧ୍ୟ ବାତିଲ୍ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking