38.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଡିଏଲ ଟେଷ୍ଟ ପାଇଁ ୧୮ରୁ ଦକ୍ଷତା ଟେଷ୍ଟ

ଡିଏଲ ଟେଷ୍ଟ ପାଇଁ ୧୮ରୁ ଦକ୍ଷତା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ସେପ୍ଟେମ୍ବର ୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ । ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ପାଇଁ ୧୪ ତାରିଖ ଦିନ ୧୧ଟାରୁ ହେବ ସ୍ଲଟ ବୁକିଂ । ପରେ ପ୍ରତିଦିନ ସକାଳ ୭ରୁ ୧୦ଟା ଯାଏଁ ସ୍ଲଟ ବୁକିଂ ହେବ । ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ମାନି ଟେଷ୍ଟିଂ କେନ୍ଦ୍ରକୁ ଆବେଦନକାରୀ ଆସିବେ । ତେବେ ଲକ୍ଷଣ ଥିଲେ ଆବେଦନକାରୀଙ୍କୁ ଟେଷ୍ଟିଂ କେନ୍ଦ୍ରକୁ ଆସିବାକୁ ବାରଣ କରାଯାଇଛି । କଣ୍ଟେନମେଣ୍ଟ ଜୋନରୁ ଆବେଦନକାରୀଙ୍କୁ ମଧ୍ୟ ସଂପୂର୍ଣ୍ଣ ବାରଣ କରାଯାଇଛି । କଣ୍ଟେନମେଣ୍ଟ ଜୋନରୁ ଆବେଦନାକାରୀ ଆସିଲେ ପୋଲିସକୁ ଜଣାଯିବ । ଟେଷ୍ଟିଂ କେନ୍ଦ୍ରକୁ ସାଙ୍ଗରେ ବନ୍ଧୁ , ପରିଜନଙ୍କୁ ଆଣିବାକୁ ମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking