38.1 C
Bhubaneswar
Saturday, April 20, 2024
Homeଓଡିଶାଟିପିକୋଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଟିପିକୋଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ : ଢେଙ୍କାନାଳ ବିଦ୍ୟୁତ୍ ସେବାକୁ ସେସୁ ପକ୍ଷରୁ ଠିକା ଭାବେ ଟାଟା କମ୍ପାନୀ ହାତକୁ ଟେକିଦେବା ପରେ ଗ୍ରାହକଙ୍କଠାରୁ ଆରମ୍ଭ କରି ବିଦ୍ୟୁତ୍ ଠିକାଦାର ପର୍ଯ୍ୟନ୍ତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଢେଙ୍କାନାଳ ଡିଭିଜନ୍ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ଢେଙ୍କାନାଳ କାର୍ଯ୍ୟାଳୟରେ ଅଧିକାଂଶ ଦିନ ଅନୁପସ୍ଥିତି ଯୋଗୁଁ ଗ୍ରାହକ ଓ ଠିକାଦରମାନେ ଦୌଡି ଦୌଡି ନାକେଦମ ହେଉଛନ୍ତି । ଏପରିସ୍ଥଳେ ବିଦ୍ୟୁତ ଠିକାଦର ମାନଙ୍କର ୬ ପ୍ରତିଶତ କାର୍ଯର୍୍ୟକୁ ବନ୍ଦ ଘୋଷଣା କରିଦେଇଛନ୍ତି କମ୍ପାନୀ କର୍ତୁପକ୍ଷ । ଫଳରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଦ୍ୟୁତ୍ ଠିକାଦାର ଏବେ କାମ କରି ନପାରି ବେକାର ହୋଇଯାଇଛନ୍ତି । ଏପରି ସ୍ଥଳେ ଠିକାଦାରଙ୍କ ଉପରେ ନିର୍ଭର କରି ରହୁଥିବା ୫୦୦ ପରିବାରର ଦାନା ପାଣି ବନ୍ଦ ହୋଇଯାଇଛି । ଯାହାକୁ ନେଇ ବିଦ୍ୟୁତ୍ ଠିକାଦାର ସଂଘର ସଭାପତି ସଞ୍ଜୀବ ଶତପଥୀ, ସଂପାଦକ ଦେବବ୍ରତ ଭଟ୍ଟ, ବିଭୁପ୍ରସାଦ ପଟ୍ଟନାୟକ ପକ୍ଷରୁ ଆଜି ଟିପିକୋଡିଏଲ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଂଘ ତରଫରୁ ୬ ପ୍ରତିଶତ କର୍ମଚାରୀ କାର୍ଯ୍ୟ ବନ୍ଦ ଘୋଷଣାକୁ ପ୍ରତ୍ୟାହାର କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking