33.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭୁବନରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଢେଙ୍କାନାଳ : ଭୁବନ ବ୍ଲକ ସେବାଚଂଳ କୃଷକ ତାଲିମ କେନ୍ଦ୍ର ପରିସରରେ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପକ୍ଷରୁ ମହିଳା ଉଦ୍ୟୋଗୀ ସାମର୍ଥ୍ୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଦେଶୀ କୁକୁଡା ଚାଷ, ଛେଳି ପାଳନ, ଛତୁ ଚାଷ ଉପରେ ତାଲିମ ଦଆଯାଇଥିଲା । ଏହି ତାଲିମରେ ବ୍ଲକ ଅଧିନରେ ଥିବା ନୃସିଂହପ୍ରସାଦ, ମୁରୁଗା, କୁନିନ୍ଦା, ପଳାସପିଠିଆ, କୃଷ୍ଣପୁର, କୁମୁରସିଙ୍ଗା, ଅସୁରବନ୍ଧ, କିର୍ତନପୁର ଅଂଚଳର ପାଣି ପଂଚାୟାତରେ ୩୦ ଜଣ ମହିଳା କୃଷି ଉଦ୍ୟୋଗି ଯୋଗଦେଇଥିଲେ । ତାଲିମରେ ପ୍ରଭାତ ଦାସ ଲାଭଜନକ ଫସଲ ଉପରେ ତାଲିମ ପ୍ରଦାନ କରିଥିଲେ । ସୁକିନ୍ଦା ମୁରିକା ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦୀପ୍ତିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମରେ ଯନ୍ତ୍ରୀ ବାମଚରଣ ବିଶ୍ୱାଳ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଦାମୋଦର ସାହୁ, ରେଙ୍ଗାଳି ବାମକେନାଲ ନିର୍ବାହୀ ଯନ୍ତ୍ରୀ ଦୀପକ ବେହେରା ଯୋଗ ଦେଇ ଦକ୍ଷତା ବୃଦ୍ଧି ଉପରେ ତାଲିମ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking