33.1 C
Bhubaneswar
Wednesday, April 24, 2024
Homeଓଡିଶାକାଳବୈଶାଖୀର ପ୍ରଭାବରେ କଙ୍କଡାହାଡରେ ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର ପ୍ରଭାବରେ କଙ୍କଡାହାଡରେ ବ୍ୟାପକ କ୍ଷୟକ୍ଷତି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏହି କାଳବୈଶାଖୀର ପ୍ରଭାବରେ ସିନ୍ଦୁରମୁଣ୍ଡିରେ ସ୍ଥାପିତ ହୋଇଥିବା ଆଞ୍ଚଳିକ ବିଦ୍ୟାନିକେତନ ଉଚ୍ଚ ବିଦ୍ୟାଳୟ ଘରର ଆଜବେଷ୍ଟସ ଉଡାଇ ନେବା ସହିତ ଘରର କାନ୍ଥ ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି । ସେହିପରି ଝଡ ତୋଫାନରେ ଗଛ ଉପୁଡି ଯିବା ଯୋଗୁଁ ଗୁରୁଜାଙ୍ଗୁଲି ଗ୍ରାମର ସତ୍ୟାନନ୍ଦ ଦେହୁରୀଙ୍କ କୁକୁଡାଫାର୍ମଟି ଭାଙ୍ଗି ଯାଇଛି । ଏହି ଫାର୍ମରୁ ତାଙ୍କର ପରିବାର ଚଳୁଥିବା ହେତୁ ସେ ଏବ ନିରାଶ ହୋଇ ସରକାରଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରୁଛନ୍ତି । କଙ୍କଡାହାଡ ବ୍ଲକ ଦଶୀପୁର ଗ୍ରାମର ବରୁଣ ଦେହୁରୀଙ୍କ ପ୍ରାୟ ୪ ଏକର ଯାଗାର କଦଳୀ ବଗିଚା ଝଡତୋଫାନରେ ଭାଙ୍ଗି ନଷ୍ଟ ହୋଇଯାଇଛି । ତେଣୁ ଯଥା ସମ୍ଭବ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking