22.1 C
Bhubaneswar
Sunday, January 23, 2022
Homeଓଡିଶାବାଙ୍କବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବାଙ୍କବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଅନ୍ତର୍ଗତ କଳିଙ୍ଗାର ବାଙ୍କବିହାରୀ କ୍ରିକେଟ କ୍ଲବ୍ ପକ୍ଷରୁ ସୁପର ଟି ସିକ୍ସ ଉଦ୍‌ଯାପିତି ହୋଇଯାଇଛି । ଏହି ଉଦ୍‌ଯାପନି ମ୍ୟାଚ୍‌ରେ ମେଘା ଦଳକୁ ହରାଇ ଗୋରିଲ ଦଳ ଚମ୍ପିଆନ ହୋଇଛି । ପ୍ରଥମ ସେମିଫାଇନାଲ ମେଘା ଓ ଗଣ୍ଡାନାଳୀ ଏକାଦଶ ମଧ୍ୟରେ ହୋଇଥିଲା । ଗଣ୍ଡାନାଳୀ ପ୍ରଥମେ ବ୍ୟାଟିଂ କରି ୫୩ ରନ୍ ସଂଗ୍ରହ କରିଥିଲା । ମାତ୍ର ତାର ଜବାରେ ମେଘା ଦଳ୫୪ ରନ୍‌୍ ସଂଗ୍ରହ କରି ବିଜୟ ହୋଇ ଫାଇନାଲକୁ ଉନ୍ନିତ ହୋଇଥିଲା । ପରେ ଗୁରିଲୋ ଏକାଦଶ ଓ ଢେଙ୍କାନାଳ ଏକାଦଶ ମଧ୍ୟରେ ହୋଥିଲା । ଏଥିରେ ଢେଙ୍କାନାଳ ଦଳ ପ୍ରଥମେ ବ୍ୟାଟିଂ କରି ୩୮ ରନ୍ ସଂଗ୍ରହ କରିଥିଲା ତାର ଜବାବରେ ଗୁରିଲୋ ଦଳ ୪୩ ରନ୍ ସଂଗ୍ରହ କରି ଫାଇନାଲ ମ୍ୟାଚ୍‌କୁ ଦ୍ୱିତୀୟ ଦଳ ଭାବେ ପ୍ରବେଶ କରିଥିଲା ।

ଫାଇନାଲ ମ୍ୟାଚ୍‌ଟି ମେଘା ଓ ଗୁରିଲୋ ଦଳ ମଧ୍ୟରେ ହୋଇଥିଲା । ମାତ୍ର ମେଘା ଦଳ ନିର୍ଦ୍ଧାରିତ ଓଭରରେ ୪୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାରେ ଗୁରିଲୋ ଦଳ ମାତ୍ର ୩ ଓଭରରେ ୫୦ ରନ୍ ସଂଗ୍ରହ ବିଜୟ ଲାଭ କରିଥିଲା । ଏହି ଖେଳରେ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ କ୍ରିଷ୍ଣା କୁମାର ସାମଲ ଓ ସିରିଜ ଭାବେ ଲୁନା ସାମଲଙ୍କୁ କ୍ଲବ୍‌ର ବରିଷ୍ଠ ସଦସ୍ୟମାନେ ପୁରଷ୍କୃତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରିତା ପ୍ରଧାନ ଯୋଗଦେଇ ବିଜୟୀ ଦଳକୁ ପୁରଷ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking