27.1 C
Bhubaneswar
Friday, March 29, 2024
Homeଅପରାଧଛାଡପତ୍ର ଦେଲାନି ସ୍ତ୍ରୀ, ଶ୍ୱଶୂର ଘର ଲୋକଙ୍କୁ ଜାଳି ଦେଲା ସ୍ୱାମୀ

ଛାଡପତ୍ର ଦେଲାନି ସ୍ତ୍ରୀ, ଶ୍ୱଶୂର ଘର ଲୋକଙ୍କୁ ଜାଳି ଦେଲା ସ୍ୱାମୀ

ବାଙ୍ଗାଲୁରୁ: ଅବିବେକି ସ୍ୱାମୀ, ଛାଡପତ୍ର ନଦେବାରୁ ପତ୍ନୀ ପରିବାର ସଦସ୍ୟଙ୍କୁ ନିଆଁ ଲଗାଇ ଦେଲା ସୈତାନ ସ୍ୱାମୀ । ଏକ କୋଠରୀରେ ମଧ୍ୟରେ ପରିବାର ସଦସ୍ୟଙ୍କୁ ନିଆଁ ଲଗାଇ ଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ନାରାୟଣପୁରା ଗାଁର ଛାୟା କଲୋନୀରେ । ଅଭିଯୋଗ ପରେ ସ୍ୱାମୀକୁ ଗିରଫ କଲା ପୋଲିସ । ଗତ ୧୪ ମାସ ହେଲା ସ୍ୱାମୀ ଶରଣାପଙ୍କୁ ଛାଡି ଅଲଗା ରହୁଥିଲେ ସ୍ତ୍ରୀ ହୁଲିଗିମା । ତେବେ ଏକାଠି ନରହିବାରୁ ହୁଲିଗିମାଙ୍କୁ ଛାଡପତ୍ର ଦେବାକୁ ବାରମ୍ବାର ଧମକ ଦେଉଥିଲା ଅଭିଯୁକ୍ତ । ଏହାପରେ ହୁଲିଗିମାଙ୍କ ବାପା ଓ ୩ଜଣ ସମ୍ପର୍କୀୟଙ୍କୁ ଆଲୋଚନା ପାଇଁ ନରାୟଣପୁର ଘରକୁ ଡାକିଥିଲା ଶରଣାପ । କିନ୍ତୁ ଆଲୋଚନା ପରେ ମଧ୍ୟ ସ୍ତ୍ରୀ ରାଜି ନହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଘର ବାହାରପଟୁ ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ନାରାୟଣପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking