34.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା କ୍ରୀଡାସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ :୧୧୧୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଜିଲ୍ଲା କ୍ରୀଡାସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ :୧୧୧୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ବଲାଙ୍ଗିର : ଆଜି ସ୍ଥାନୀୟ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରୀଡାସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲା ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ତା ୧୩ ଓ ୧୪ ଡିସେମ୍ବର ୨୦୧୯ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗ ଓ ଇଭେଣ୍ଟସ୍‌ରେ ମୋଟ ୧୧୧୦ ଜଣ କ୍ରୀଡାବିତ ଭାଗନେଇଥିବା ସଂସଦ ସୂତ୍ରରୁ ପ୍ରକାଶ । ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ କ୍ରିଡାସଂମ୍ପଦକ ବିଭୁତି ଭୁଷଣ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ଧ୍ୱଜ ଉତ୍‌ତୋଳନ କରିଥିବାବେଳେ ବଲାଙ୍ଗିର ଉପଜିଲ୍ଳାପାଳ ସଂଜୟ କୁମାର ମିଶ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ମାର୍ଚ୍ଚ ଫାଷ୍ଟରେ ପ୍ରତିଯୋଗିଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ପ୍ରଭାତ କୁମାର ମିଶ୍ର ମଂଚାସୀନ ଥିଲେ । ଶ୍ରୀଯୁକ୍ତ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବାବେଳ ଉପସଭାପତି ଶ୍ରୀଯୁକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର ବରିଷ୍ଠ ସଭ୍ୟ ରମାକାନ୍ତ ସେଟ, ଜୟରାମ ମିଶ୍ର, ଶତୃଘ୍ନ ସିଂ, ସୁଧିର କୁମାର ପଣ୍ଡା, ହେମନ୍ତ ବେହେରା, ଗୋପ ନାଥ, ସୁରେନ୍ଦ୍ର ତ୍ରିପାଠୀ, ଶାରୀରିକ ଶିକ୍ଷା ନିରିକ୍ଷକ ଜ୍ୟୋତି ପ୍ରସାଦ ପରିଡା ଓ ଜିଲ୍ଲା କ୍ରିଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ମଂଚ ପରିଚାଳନା କରିଥିଲେ ପବ୍ଳିକ ସ୍କୁଲ ଶିକ୍ଷକ ହରେକୃଷ୍ଣ ନାୟକ ଓ ପ୍ରତିଯୋଗୀ ତଥା ପରିଚାଳକ ମାନଙ୍କୁ ଦିନତମାମ୍ ବିଭିନ୍ନ ଭାବରେ ସହଯୋଗ କରିଥିଲେ କଲ୍ୟାଣ ସେଠ୍‌, ଅମିତ ମଚ୍ଛଖଣ୍ଡ, ସୁରେନ୍ ମୁନ୍‌ସି ଓ ହରିବନ୍ଧୁ ପାଢ଼ୀ ।
ଆଜି ପ୍ରଥମ ଦିବସରେ କିଛି କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ପୁରୁଷ ବର୍ଗ ୧୫୦୦ମି:ରେ ଉମେଶ ଚନ୍ଦ୍ର ସେଠ, ଉଚ୍ଚ ଡିଆଁରେ ବିକାଶ ମେହେର, ଟ୍ରିପଲ ଜମ୍ପରେ ରୁକ୍ମଣ ବିଶ୍ୱାଳ, ସଟ୍ ପୁଟରେ ଉତ୍ତମ ମଚ୍ଛଖଣ୍ଡ,୧୫୦୦ମି:ରେ ଜୟଦେବ ଧରୁଆ, ଉଚ୍ଚ ଡିଆଁରେ ଆଲୋକ ସାହୁ, ଲମ୍ବ ଡିଆଁରେ ସୁଜିତ ମହାଲିଙ୍ଗ, ସଟ୍‌ପୁଟରେ ଅମନ ପାଣ୍ଡେ, ବାଳକ ୧୮- ୧୫୦୦ ମି:ରେ ଖୁସିରାମ ସେଠ୍‌, ଡିସ୍‌କସ ଥ୍ରୋରେ ଅନିଲକୁମ୍ଭାର, ବାଳକ ୧୬- ୮୦୦ମି:ରେ ମାନୁଏଲ ପୁତ୍ତି, ଲଙ୍ଗଜମ୍ପରେ ନରେଶ ରୋହି ଦାସ, ହେମର ଥ୍ରୋରେ କ୍ରିଷ୍ଣକାନ୍ତ ଅଗ୍ରୱାଲ, ସଟ୍‌ପୁଟରେ ଧରଣି ନାଗ, ବାଳକ ୧୪- ଟ୍ରାଇ ଥଲନ ୧୦୦ ମି.ରେ ମହିନ୍ଦ୍ର ହଁସଦା, ମହିଳା ୧୫୦୦ ମି:ରେ ସଂଗୀତା ବରିହା, ୧୦୦ମି.ରେ ସୁବାସିନି କୁଅଁର, ଡିସ୍‌କସ୍ ଥ୍ରୋ ମନ୍ଦାକିନି ପୋଡ, ବାଳିକା ୨୦- ୧୫୦୦ମି:ରେ ଶୁଭକେଶି ମାଝି, ୧୦୦ମି. ପ୍ରତିମା କୁମ୍ଭାର, ଡିସ୍‌କସ୍ ଥ୍ରୋରେ ସମୀକ୍ଷା ନନ୍ଦ, ବାଳିକା ୧୮- ୧୫୦୦ ମି:ରେ ଚିନ୍ମୟୀ ବଢ଼ିଆ, ୧୦୦ମି.ରେ ଅନୁପମା ସିଂ, ଡିସ୍‌କସ୍‌ରେ ପ୍ରିୟଙ୍କା ସିପ୍‌କା, ଜାଭଲିନରେ ସୁଚିତା ଗରୁଡ, ବାଳିକା ୧୬- ୮୦୦ମି. ପୁଣ୍ଣିମା ମହାକୁର, ଉଚ୍ଚଡିଆଁରେ ନନ୍ଦିତା ମହାଲିଙ୍ଗ, ବାଳିକା ୧୪-ସଟପୁଟରେ ଅନୁଶ୍ରୀ ଚୌଧୁରି ପ୍ରମୁଖ କ୍ରୀଡାବିତ ମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking