31.1 C
Bhubaneswar
Friday, March 29, 2024
Homeଓଡିଶାତେଲେଙ୍ଗାନା ଇଟା ଭାଟିରେ ବନ୍ଧାପଡିଥିବା ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ତେଲେଙ୍ଗାନା ଇଟା ଭାଟିରେ ବନ୍ଧାପଡିଥିବା ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର : ରୋଜଗାର ପାଇବା ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପଡିଲା ମହଙ୍ଗା। ଇଟା ଭାଟି ମାଲିକ ପାଖରେ ଦୀର୍ଘ ୮ ମାସ କାଳ ବନ୍ଧା ପଡିଲେ ଦାଦନ ଶ୍ରମିକ। ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଉଦ୍ୟମରେ ଉଦ୍ଧାର ହେଲେ ବନ୍ଧକ ପଡିଥିବା ୮ ଦାଦନ ଶ୍ରମିକ। କରୋନା କାଳରେ ଘରର ଆର୍ଥିକ ପରିସ୍ଥିତି ବିଗିଡି ଯାଇଥିଲା, ତେବେ ବିଗିଡି ଯାଇଥିବା ଘରର ଆର୍ଥିକ ପରିସ୍ଥିତିକୁ ସୁଧାରିବା ଓ ରୋଜଗାର ପାଇବା ଆଶାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳ ୧୧ ଜଣ ଯୁବକ ଯୁବତୀ ମାଲକାନଗିରି ଜିଲ୍ଲାର ଏମଭି ୭୯ର ଛୋଟୁ ମଣ୍ଡଳ ନାମକ ଦଲାଲ ସାହାଯ୍ୟରେ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡୀ ଜିଲ୍ଲା ହିମାଏଚ ସାଗର ଗ୍ରାମର ଏକ ସିମେଣ୍ଟ ଇଟା ଫେକ୍ଟ୍ରିକୁ କାମ ପାଇଁ ଯାଇଥିଲେ।

ଏଭଳି ଏକ ଯୁବକ ଯୁବତୀଙ୍କ ଅସହାୟତର ସୁଯୋଗ ନେଇ ସମ୍ପୃକ୍ତ ଇଟା ଭାଟି ମାଲିକ ଦାଦନ ଶ୍ରମିକଙ୍କୁ କାମରେ ଲଗାଇ ସେମାନଙ୍କ ପାରିଶ୍ରମିକ ନଦେଇ ୮ ମାସରୁ ଅଧିକ କାଳ ଟଙ୍କା ନଦେଇ ବନ୍ଧକ ରଖିଥିଲେ। ସେଥିମଧ୍ୟରୁ ୩ ଜଣ କୌଶଳକ୍ରମେ ମୁକୁଳି ଚାଲି ଆସିଥିବା ବେଳେ ଅନ୍ୟ ୮ ଜଣ ବନ୍ଧକ ରହିଥିଲେ। ଜିଲ୍ଲା ପ୍ରଶାସନ ନିକଟରେ ଏ ସମ୍ବନ୍ଧରେ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ଏକ ଟିମ ତେଲେଙ୍ଗାନା ଯାଇଥିଲେ। ସେଠାକାର ପ୍ରଶାସନର ସହାୟତାରେ ବନ୍ଧକ ପଡିଥିବା ସମସ୍ତ ୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ନେଇ ଆସିଥିଲେ।

ସେମାନଙ୍କୁ ନବରଙ୍ଗପୁର ଶ୍ରମ ବିଭାଗର କାର୍ଯ୍ୟାଳୟକୁ ଆଣି ସେମାନଙ୍କୁ ପରିବାର ଲୋକଙ୍କ ନିକଟରେ ଛଡ଼ାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ପ୍ରକାଶ କରିଛନ୍ତି। ଶ୍ରମବିଭଗ ଇଟା ଫେକ୍ଟ୍ରି ମାଲିକ ଠାରୁ ସେମାନଙ୍କ ବକେୟା ପ୍ରାପ୍ୟ ଆକାରରେ ୫ ଲକ୍ଷ୍ୟ ଟଙ୍କା ଆଣିଥିବା ସୂଚନା ଦେଇଛନ୍ତି। ସେହି ସ୍ଥାନରେ ନିର୍ୟାତନା ହେଉଥିବା କହିଛନ୍ତି ଦାଦନ ଶ୍ରମିକ। ଅନ୍ୟପଟେ ଶ୍ରମବିଭାଗ ପକ୍ଷରୁ ଅନ୍ତ ରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking