27.1 C
Bhubaneswar
Thursday, April 25, 2024
Homeଓଡିଶାବିଜେପି ଗେଟ ବଜାର ମଣ୍ଡଳ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ

ବିଜେପି ଗେଟ ବଜାର ମଣ୍ଡଳ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ବୃକ୍ଷ ହିଁ ଜୀବନ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାକୁ ନଜରରେ ରଖି ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଆଜି ବ୍ରହ୍ମପୁର ଗେଟ ବଜାର ମଣ୍ଡଳସ୍ଥିତ ମୁକ୍ତେଶ୍ୱର ମନ୍ଦିର ନିକଟରେ ମଣ୍ଡଳ ସଭାପତି ଏସ.ଶ୍ରୀନିବାସ ଓ ଏସ ରାଣୀଙ୍କ ତତ୍ୱାବଧାନରେ ଚାରା ବଂଟନ କରାଯାଇଥିଲା । ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ୫୦୦ରୁ ଉର୍ଦ୍ଧ ଓଷଧୀୟ ବୃକ୍ଷ ଯଥା-ଅଁଳା, ବେଲ, ତୁଳସୀ, ଲିମ୍ବ, ଡାଳିମ୍ବ ଭଳି ବିଭିନ୍ନ କିସମର ଚାରା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେରି ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ନେତା ପ୍ରଭାତ ଷଡଙ୍ଗୀ, ଭି.ସତିଶ, ମଦଜନ ମୋହନ ପାତ୍ର, ଶରତ ମହାରଣା, ଏମ.ରବି, ଡ.ସୁବାଷ ସାହୁ, ଶିପ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking