ଆବାସ ଯୋଜନାରେ ଅର୍ଥ ମିଳିନଥିବାରୁ ଅସନ୍ତୋଷ ହିତାଧିକାରୀ

ରାୟଗଡା: କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଅର୍ଥରାଶି ଠିକ ସମୟରେ ମିଳୁନଥିବା ଅଭିଯୋଗ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ଗାନ୍ଧି ନଗର, ମରାଠୀଗୁଡା, କୁମ୍ଭାର ସାହି, କପିଳପୁର, ବାକିଟି ସାହି ପ୍ରଭୃତି ୱାର୍ଡ ରେ ବସବାସ କରୁଥିବା ଗରିବ ଲୋକଙ୍କୁ ପୌର ପରିଷଦ ପକ୍ଷରୁ ଚୟନ କରାଯାଇ ଗତ ମାର୍ଚ୍ଚ ମାସରେ କାର୍ଯ୍ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶ ପାଇବା ପରେ ନିଜ ନିଜର କଚା ଘର ଭାଙ୍ଗି ପକା ଘର ନିର୍ମାଣ କାର୍ଯ୍ୟ ହିତାଧିକାରୀ ମାନେ ଆରମ୍ଭ କରିଥିଲେ । କାହାର ଫାଉଣ୍ଡେସନ କାମ ସରିଛି ତ ଆଉ କାହାର ଛାତ ପର୍ଯ୍ୟନ୍ତ କାମ ସରିଛି । କାହାକୁ ଗୋଟିଏ କିସ୍ତି ଅର୍ଥ ମିଳିଥିବା ବେଳେ ଆଉ କାହାକୁ କିଛି ବି ମିଳିନଥିବା କହିଛନ୍ତି । ବର୍ତ୍ତମାନ ଏମାନେ ଘର ଭଡ଼ା ନେଇ ଦହନୀୟ ଅବସ୍ଥାରେ ଚଳୁଛନ୍ତି । ଏନେଇ ପୌର ପରିଷଦ ଅନ୍ତର୍ଗତ ହିତାଧିକାରୀ ମାନେ ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ଅର୍ଥ ରାଶି ପ୍ରଦାନ କରିବା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଥିଲେ । ଉପଜିଲ୍ଲାପାଳ ସମସ୍ତ ଘଟଣା ଅବଗତ ହେବାପରେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here