ଦୋକାନ ଘର ସ୍ଥାନାନ୍ତର ନେଇ ଅସନ୍ତୁଷ୍ଟ ବ୍ୟବସାୟୀ

କେନ୍ଦୁଝର : କେନ୍ଦୁଝର ସହରକୁ ସ୍ୱଚ୍ଛ ନିର୍ମଳ କରିବାକୁ ଯୋଜନା ରଖିଛି କେନ୍ଦୁଝରଗଡ଼ ପୌରପାଳିକା। ଏଥିପାଇଁ ପ୍ରତି ୱାର୍ଡ ଅନୁଯାୟୀ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏପରିକି କେନ୍ଦୁଝର ସହର ମଧ୍ୟରେ ଥିବା ସବୁଦିନିୟା ବଜାରର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉଛି ପୌରପାଳିକା। ଏଥିପାଇଁ କେନ୍ଦୁଝର ସହର ମଧ୍ୟରେ ଥିବା ଗାନ୍ଧୀ ବଜାର କୁ ହଟାଇ ଧାଙ୍ଗରପଡା ସ୍ଥିତ ନୂତନ ଭାବେ ନିର୍ମିତ ବଜାରରେ ସ୍ଥାନାନ୍ତରିତ କରିବାକୁ ଯୋଜନା କରିଛି ପୌରପାଳିକା । ଏହି ସ୍ଥାନାନ୍ତର କୁ ବିରୋଧ କରୁଛନ୍ତି ଉକ୍ତ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ । ଦୀର୍ଘ ବର୍ଷ ଧରି ଏହି ବଜାରରେ ସେମାନେ ବ୍ୟବସାୟ କରୁଥିଲେ ହେଁ ନୂତନ ବଜାରରେ କରୋନା ସମୟରେ ବ୍ୟବସାୟ ନହେବା ନେଇ ଆଶଙ୍କା କରିଛନ୍ତି ବ୍ୟବସାୟୀ । ଏନେଇ ଆଜି ଶତାଧିକ ବ୍ୟବସାୟୀ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଉକ୍ତ ଗାନ୍ଧୀ ବଜାର ଦୋକାନ ଗୁଡିକ ଜର୍ଜରିତ ହୋଇଗଲାଣି ଓ ସ୍ୱଚ୍ଛତା ପାଇଁ ଏହି ବଜାର କୁ ହଟାଯାଉଛି । ନୂତନ ବଜାର ରେ ଏହି ବ୍ୟବସାୟୀ ଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୌରପାଳିକା ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here