ପଂଚାୟତ ନିର୍ବାଚନରେ ସରଂକ୍ଷଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ସିମିନଇ ପଂଚାୟତରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଉକ୍ତ ପଂଚାୟତରେ ହରିଜନ ଆଦିବାସୀ ଲୋକଙ୍କ ସଂଖ୍ୟା କମ୍ ରହିଥିବା ବେଳେ ସରପଂଚ ପଦବୀ ସରଂକ୍ଷଣକୁ ନେଇ ଅସନ୍ତୋଷ ଦେଖାଦେଇଛି ।
ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ସିମିନଇ ପଂଚାୟତ ସମିନଇ, ଅଙ୍କରାନ୍ତିପୁର, ପଂଚୁପଟି, ମୁଳିସିଂହକୁ ଗଠିତ । ୨୦୧୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ପଂଚାୟତର ମୋଟ୍ ଭୋଟର ସଂଖ୍ୟା ୫,୭୧୦ । ସେମାନଙ୍କ ମଧ୍ୟରୁ ପୁରୁଷ ୨୯୬୧ ଏବଂ ମହିଳା ୨୭୪୯ ଭୋଟର ଥିବା ଜଣାପଡିଛି । ମୋଟ ଭୋଟରରୁ ୧୦ ପ୍ରତିଶତ ସରଂକ୍ଷଣ ତାଲିକାରେ ପଦବୀ ଅନୁସୁଚିତ ଜାତିର ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି । ଉକ୍ତ ପଂଚାୟତରେ ଅନୁସୁଚିତ ଜାତିର ୧୭୨ ଜଣ ଓ ଜନଜାତିର ୪୦୩ ଜଣ ଭୋଟର ଥିବା ଜଣାପଡିଛି । ତେବେ କମ୍ ସଂଖ୍ୟକ ଲୋକ ଥାଇକି କିଭଳି ଭାବେ ସରଂକ୍ଷଣ ତାଲିକାରେ ଜଣେ ମହିଳା ଅନୁସୁଚିତ ଜାତିଙ୍କ ପାଇଁ ସରଂକ୍ଷଣ କରାଗଲା ତାକୁ ନେଇ ପଂଚାୟତରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଉକ୍ତ ପଂଚାୟତରେ ସଂରକ୍ଷଣ ପଦବୀକୁ ପରିବର୍ତନ କରିବାକୁ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here