26.1 C
Bhubaneswar
Friday, March 29, 2024
Homeଓଡିଶାରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ

ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ

ଯାଜପୁର : ଯାଜପୁର ବ୍ଲକ ବେରୁଦା ପଂଚାୟତ ଇଶ୍ୱରପୁର ଗାଁରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ। ବାଦ ପଡିଥିବା ପ୍ରକୃତ ହିତାଧିକାରୀ ଦ୍ୱିତିୟ ଥର ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। ସୂଚନା ମୁତାବକ ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଓ ଦାୟିତ୍ୱରେ ଥିବା ଅଧିକାରୀ କିଛି ଗରିବ ହିତାଧିକାରୀଙ୍କ ନାମ କାଟି ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ପ୍ରକୃତ ହିତାଧିକାରୀ ଙ୍କୁ ରିଲିଫ ସାମଗ୍ରୀ ବଣ୍ଟା ଯାଇନଥିବା ଅଭିଯୋଗ ହୋଇଛି। ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଗ୍ରାମାଚଂଳରେ ପ୍ରକୃତ ହିତାଧିକାରୀଙ୍କ ଠାରୁ ଏପରି ଲୁଟର ତଦନ୍ତ ତୁରନ୍ତ କରିବାକୁ ଦାବି କରି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଘଟଣାର ଶିଘ୍ର ସମାଧାନ ନହେଲେ ରାଜରାସ୍ତାକୁ ଆସିବେ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking