28.1 C
Bhubaneswar
Friday, March 29, 2024
Homeଓଡିଶାଦୁଗ୍ଧ ଚାଷୀଙ୍କ ଅସନ୍ତୋଷ

ଦୁଗ୍ଧ ଚାଷୀଙ୍କ ଅସନ୍ତୋଷ

ବାଲେଶ୍ୱର : କରୋନା କଟକଣା ଏବେ ସବୁ କର୍ମସଂସ୍ଥାନକୁ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ସଂକ୍ରମଣ ‌ଭୟ ଯୋଗୁଁ ତାଲା ବନ୍ଦ ଆଇନ କଡ଼ାକଡ଼ି ହେବା ପରେ ବିଭିନ୍ନ ବୃତ୍ତିଧାରୀ ଲୋକମାନେ ହାତବାନ୍ଧି ବସିଛନ୍ତି। ଗ୍ରାମାଞ୍ଚଳର ଲୋକମାନେ ବିଶେଷକରି କୃଷି ଓ ଗୋରୁ ଗାଈ ଓ ମଇଁଷି ପାଳନ କରି ପରିବାର ଚଳାଉଥିବାରୁ ସେମାନଙ୍କ ପାଇଁ କରୋନା ଦାଉ ସାଧିଛି। ଗାଈ ଓ ମଇଁଷିମାନେ ଦେଉଥିବା କ୍ଷୀର ଏବେ ବିକ୍ରି କରିବାରେ ସମସ୍ୟା ଉପୁଜିଛି। କ୍ଷୀର ସଂଗ୍ରହ କରୁଥିବା ଓମଫେଡ୍‌, ପୁମୁଲ ଭଳି ସରକାରୀ ସଂସ୍ଥା ସାଙ୍ଗକୁ ଅନ୍ୟାନ୍ୟ ଘରୋଇ ସଂସ୍ଥାଗୁଡ଼ିକ ପଞ୍ଜୀକୃତ ଚାଷୀମାନଙ୍କଠାରୁ କ୍ଷୀର ସଂଗ୍ରହ କରିବା ବନ୍ଦ କରି ଦେଇଛନ୍ତି। ଫଳରେ ଦୁଗ୍ଧ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେତ୍କବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ୍ ଅଂଚଳରେ । ସମବାୟ ସମିତି ଉତ୍ପାଦିତ କ୍ଷୀରକୁ ସଂଗ୍ରହ କରୁନଥିବାରୁ କ୍ଷୁବ୍ଧ ହୋଇ ଚାଷୀମାନେ ରାସ୍ତାରେ ଢ଼ାଳିଲେ କ୍ଷୀର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking