28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସରକାରୀ ଶୌଚାଳୟ ରାସ୍ତା ଜବରଦଖଲକୁ ନେଇ ଉତେଜନା!

ସରକାରୀ ଶୌଚାଳୟ ରାସ୍ତା ଜବରଦଖଲକୁ ନେଇ ଉତେଜନା!

ରାଉରକେଲା: ଦକ୍ଷିଣ ରାଉରକେଲା  ସେକ୍ଟର-୨୨ସ୍ଥିତ ଅନ୍ତର୍ଗତ ‘ଇ’ ବ୍ଲକ ଅଂଚଳର ଏକ ସରକାରୀ ଶୌଚାଳୟ ନିକଟରେ ଯାଇଥିବା ରାସ୍ତାକୁ  ଉକ୍ତ ଅଂଚଳର ଜଣେ ବ୍ୟକ୍ତି କୁଆଡ଼େ ଜବରଦଖଲ କରି ଗୃହ ନିର୍ମାଣ ଯୋଜନା କରିବା ଅଭିଯୋଗ ହୋଇଛି ।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇଥିବା ଖବର ମିଳିିଛି ।ଏହି ଅସୁବିଧା ସମ୍ପର୍କରେ ସଂପୃକ୍ତ ଅଂଚଳରେ ବସବାସ କରୁଥିବା କିଛି ସ୍ଥାନୀୟ ବାସିନ୍ଦା ଟାଙ୍ଗରପାଲୀ ଆର.ଆଇଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ  ଉକ୍ତ ଘଟଣାର ଅନୁସନ୍ଧାନ ପାଇଁ ଆର.ଆଇ କାର୍ଯ୍ୟାଳୟର କର୍ମଚାରୀ ଓ ଟାଙ୍ଗରପାଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଏହାର ବିଧିବଦ୍ଧ ଯାଂଚ କରିଥିବା ଜଣାପଡ଼ିଛି ।  ପ୍ରକାଶ ଥାଉକି, ଉକ୍ତ ଶୌଚାଳୟଟି ସାଂସଦ ପାଣ୍ଠିରୁ ନିର୍ମାଣ କରାଯାଇଥିବା ବେଳେ, ଏହାର ସୁବିଧା ଲୋକେ ପାଇ ଆସୁଛନ୍ତି । ଉକ୍ତ ଶୌଚାଳୟ ରାସ୍ତା ଅବରୋଧ କରି ଗୃହ ନିର୍ମାଣ ହେଲେ ଏହା ଦ୍ୱାରା ଆଗାମୀ ଭବିଷ୍ୟତରେ ଅସୁବିଧା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ଘଟଣା ଦକ୍ଷିଣ ରାଉରକେଲା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking