34.1 C
Bhubaneswar
Friday, March 29, 2024
Homeଓଡିଶାତୁଟିଲା ବିବାଦ, ପତି-ପତ୍ନୀ ପୁନର୍ମିଳନ

ତୁଟିଲା ବିବାଦ, ପତି-ପତ୍ନୀ ପୁନର୍ମିଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣର ହସ୍ତକ୍ଷେପ ପରେ ପତି-ପତ୍ନୀ ବିବାଦ ତୁଟି ପୁନର୍ମିଳନ ହୋଇଛି । ସମସ୍ତ ମନୋମାଳିନ୍ୟ ଭୁଲି ପତ୍ନୀକୁ ସାଙ୍ଗରେ ଧରି ଏକାଠି ଘରକୁ ଫେରିଛନ୍ତି ଅଁଳାବେରେଣୀ ଗ୍ରାମର ବାପି ନାଏକ । ଢେଙ୍କାନାଳ ସଦର ଥାନା କାଉଁରିଆପାଳ ଗ୍ରାମର ନିମେଇଁ ପ୍ରଧାନଙ୍କ ଝିଅ ସୁନୀତାଙ୍କ ସହ ବାପିଙ୍କ ବିବାହ ହୋଇଥିଲା ।

ବିବାହ ପରେ ପତି-ପତ୍ନୀ ମନୋମାଳିନ୍ୟ ଯୋଗୁଁ ଉଭୟ ଅଲଗା ରହୁଥିଲେ । ଏହି ବିବାଦର ସମାଧାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ନିକଟରେ ଆବେଦନ ହୋଇଥିଲା। ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚିବ ସୁକାନ୍ତ କିଶୋର ଜେନା ଏଥିରେ ହସ୍ତକ୍ଷେପ କରିଥିଲେ । ଏହି ହସ୍ତକ୍ଷେପ ଯୋଗୁଁ ଆଜି ଉଭୟଙ୍କ ମଧ୍ୟରେ ପ୍ରାଧିକରଣ ପକ୍ଷରୁ ସମ୍ମୁଖ କାର୍ଯ୍ୟାଳୟର ରିଟେନର ରଞ୍ଜନ କୁମାର ମିଶ୍ରଙ୍କୁ ନିୟୋଜିତ କରାଯାଇଥିଲା । ଆପୋଷ ଆଲୋଚନା କରି ବିବାଦର ସମାଧାନ କରାଯାଇଛି । ପୂର୍ବ ବିବାଦକୁ ଭୁଲି ବାପିଙ୍କ ସହ ସୁନୀତା ଶାଶୁଘରକୁ ଯିବାକୁ ରାଜି ହୋଇଥିଲେ । ଫଳରେ ଏହି ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking