30.1 C
Bhubaneswar
Wednesday, April 24, 2024
Homeଓଡିଶାହୋମକ୍ୱାରେଣ୍ଟାଇନ ଆଦେଶକୁ ଅମାନ୍ୟ କରି ଦମ୍ପତି ଗିରଫ

ହୋମକ୍ୱାରେଣ୍ଟାଇନ ଆଦେଶକୁ ଅମାନ୍ୟ କରି ଦମ୍ପତି ଗିରଫ

ଦେବଗଡ଼ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରାଯାଇଛି । ମାତ୍ର କେତେକ ଜନସାଧାରଣ ଲକଡାଉନ ନିୟମକୁ ଅମାନ୍ୟ କରୁଛନ୍ତି । ଫଳରେ ପ୍ରତ୍ୟେକ ଦିନ ପୁଲିସ୍ ପକ୍ଷରୁ ଅମାନିଆ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦେବଗଡ ଥାନା ଅନ୍ତର୍ଗତ ଶରଣକୂଳ ଗ୍ରାମର ସୋନୁ ସେଠ ଓ ତାଙ୍କ ସ୍ତ୍ରୀ ରିଙ୍କଲ ସେଠ ଗତ ୮ ତାରିଖ ଦିନ ଭୁବନେଶ୍ୱରରୁ ନିଜ ଗାଁକୁ ଫେରିବା ପରେ ପଡ଼ିଶା ଏବଂ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଉକ୍ତ ଦମ୍ପତିଙ୍କୁ ହୋମ କ୍ୱାରେଣ୍ଟାଇନ ପାଇଁ ନୋଟିସ ଜାରି କରିଥିଲେ । ମାତ୍ର ପ୍ରଶାସନର ନିର୍ଦ୍ଦେଶକୁ ଅମାନ୍ୟ କରି ଉକ୍ତ ଦମ୍ପତି ଘରେ ନରହି ଗ୍ରାମରେ ବୁଲାବୁଲି କରୁଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବ୍ଲକ୍ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ତିଲେଇବଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସରଭେଲେନ୍ସ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ୍ ଏକ ମାମଲା ଋୁଜ୍ଜୁ କରି ଉକ୍ତ ଦମ୍ପତିଙ୍କୁ ଘରୁ ଗିରଫ କରି ପ୍ରଥମେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରିଥିଲେ । ଆଜି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ପଞ୍ଚାୟତ ମୁଖ୍ୟାଳୟରେ ଖୋଲାଯାଇଥିବା ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking