31.1 C
Bhubaneswar
Friday, March 29, 2024
Homeବିଜିନେସ୍ପୁଣି ୨ ହଜାର ୫ଶହ କର୍ମଚାରୀଙ୍କୁ ଛଟେଇ କଲା ଡିଜନୀ

ପୁଣି ୨ ହଜାର ୫ଶହ କର୍ମଚାରୀଙ୍କୁ ଛଟେଇ କଲା ଡିଜନୀ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ମନୋରଞ୍ଜନଧର୍ମୀ ସଂସ୍ଥା ଡିଜନୀ ପୁଣି ଛଟେଇ ପ୍ରକ୍ରିୟା ଆରମ୍ଭ କରିଦେଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାୟ ଅଢେଇ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଆରମ୍ଭ କରିଛି ଡିଜନୀ । ଖର୍ଚ୍ଚ କାଟ୍ କରିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ପନ୍ଥା ଆପଣାଯାଉଥିବା କୁହାଯାଉଛି । ପୂର୍ବରୁ ୨ଟି ପର୍ଯ୍ୟାୟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଡିଜନୀ । ଡିଜନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବଗ୍ ଆଇଗର ଗତ ଫେବୃଆରୀ ମାସରେ ଘୋଷଣା କରିଥିଲେ କି କମ୍ପାନୀ ବିଶ୍ୱବ୍ୟାପୀ ମୋଟ ୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ । ୩ଟି ପର୍ଯ୍ୟାୟରେ ଛଟେଇ କରାଯିବ । ଖର୍ଚ୍ଚ କାଟ୍ କରିବା ପାଇଁ ଏଭଳି କରାଯିବ ।

ଯାହା ଦ୍ୱାରା କି କମ୍ପାନୀ ବାର୍ଷିକ ପ୍ରାୟ ୫.୫ ବିଲିୟନ ଡଲାର ସଞ୍ଚୟ କରିପାରିବ । ଗତ ବର୍ଷ ଅକ୍ଟେବାର ମାସ ସୁଦ୍ଧା ବିଶ୍ୱରା ଡିଜନୀର ମୋଟ ପ୍ରାୟ ୨ ଲକ୍ଷ ୨୦ ହଜାର କର୍ମଚାରୀ ଥିଲେ । ସେଥିମଧ୍ୟରୁ ୭ ହଜାର ଅର୍ଥାତ୍ ୩% କର୍ମଚାରୀଙ୍କୁ ବିଦା କରିବାକୁ ଘୋଷଣା କରାଯିବା ପରେ ଏବେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଛଟେଇ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୪ ହଜାର କର୍ମଚାରୀଙ୍କୁ ବାହାର କରିଥିଲା କମ୍ପାନୀ । ଅର୍ଥାତ୍ ମାତ୍ର ୪ ମାସ ମଧ୍ୟରେ ହିଁ କମ୍ପାନୀ ୭୦୦୦ କର୍ମଚାରୀଙ୍କୁ ବିଦା କରିସାରିଲାଣି । ତେବେ କମ୍ପାନୀ କେଉଁ ବିଭାଗରୁ କେତେ କର୍ମଚାରୀଙ୍କୁ ବିଦା କରୁଛି ସେ ନେଇ କୌଣସି ସୂଚନା ଦେଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking