33.1 C
Bhubaneswar
Thursday, April 25, 2024
Homeଓଡିଶାଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଆଲୋଚନା

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଆଲୋଚନା

ପୁରୀ : ରଥଯାତ୍ରାକୁ ନେଇ ରାଜ୍ୟ ସରକାର ସମର୍ଥନ କରିବା ପରେ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରର କରିବାକୁ ସମ୍ମତି ହୋଇଛନ୍ତି। ଏ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ରଥଯାତ୍ରା ପାଇଁ ପ୍ରଧାନମନ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅମିତ ଶାହା କଥା ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।
ଗଜପତି ମହାରାଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ରଥଯାତ୍ରାର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା ସହ ପରମ୍ପରା ଅନୁଯାୟୀ ରଥଯାତ୍ରା ହେବା ଉଚିତ ବୋଲି କେନ୍ଦ୍ର ଗୃହ ମନ୍ରୀ ଅମିତ ଶାହା କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ କୋର୍ଟଙ୍କ ରାୟକୁ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ଗଜପତି ମହରାଜ କହିଛନ୍ତି।
ବିନା ଭକ୍ତରେ କୋଭିଡ଼ ନିୟମାବଳୀ ମାନି କେବଳ ପୁରୀରେ ରଥଯାତ୍ରା ହେବାକୁ ଉଦ୍ଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାର ମତ ରଖିଛନ୍ତି । ଏନେଇ ତିନି ଜଣିଆ ଖଣ୍ଡପୀଠକୁ ଗଲା ପୁରୀ ରଥଯାତ୍ରା ମାମଲା। ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି। ଏଥିପାଇଁ ସେ ସମ୍ମତି ପ୍ରକାଶ କରିଛନ୍ତି। ଏନେଇ ଜଷ୍ଟିସ ଅରୁଣ ମିଶ୍ର ଜଣାଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତାଙ୍କ ଦ୍ବାରା ଉପସ୍ଥାପନା କରାଯାଇଥିବା ଯୁକ୍ତି ବିଷୟରେ ଶୁଣାଣି ପାଇଁ ସମ୍ମତି ଜଣାଇଲେ। ଆଉ ଅଳ୍ପ କିଛି ସମୟ ପରେ ଏନେଇ ଶୁଣାଣି ଆରମ୍ଭ ହେବ। ନାଗପୁର ସ୍ଥିତ ଘରୁ ଭିଡ଼ିଓ କନଫରେନସିଂ ଜରିଆରେ ଶୁଣାଣି କରିବେ ମୁଖ୍ୟ ବିଚାରପତି ଏସ୍ . ଏ ବୋବଡ଼େ। ତିନିଜଣିଆ ଖଣ୍ଡପୀଠ ସିଜେଆଇ ଏସ୍ .ଏ ବୋବଡ଼େ , ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ ଏସ ବୋପନ୍ନା। ଏହି ତିନି ଜଣିଆ ଖଣ୍ଡପୀଠ ଗତ ୧୮ ତାରିଖରେ ମଧ୍ୟ ଶୁଣାଣି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking