37.1 C
Bhubaneswar
Thursday, March 28, 2024
Homeଓଡିଶାକୁକୁଡାଫାର୍ମକୁ ନେଇ କୋକେଇଦା ଗ୍ରାମରେ ଅସନ୍ତୋଷ, ପୋଲିସ୍ ଭ୍ୟାନ୍ ଅଟକ

କୁକୁଡାଫାର୍ମକୁ ନେଇ କୋକେଇଦା ଗ୍ରାମରେ ଅସନ୍ତୋଷ, ପୋଲିସ୍ ଭ୍ୟାନ୍ ଅଟକ

ଢେଙ୍କାନାଳ : ଢେଙ୍କାନଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଂଚାୟତର କୋକେଇଦା ଗ୍ରାମରେ କୋଟି କୋଟି ଟଙ୍କା ବିନିଯୋଗ ହୋଇ ସ୍ଥାପନ କରାଯାଇଛି ଜଗନ୍ନାଥ ଆଗ୍ରୋଭେଟ୍ ପଲଟ୍ରି ଫାର୍ମ । ଯାହାକୁ ନେଇ କୋକେଇଦା ଗ୍ରାମରେ ବହୁ ଦିନ ଧରି ଅସନ୍ତୋଷ ବଢିବାରେ ଲାଗିଛି । ଗତକାଲି ରାତିରେ ଗ୍ରାମ ସଭା ଚାଲିଥିବା ବେଳେ ପୋଲିସ୍ ଭ୍ୟାନ୍ ସେଠାରେ ପହଂଚି ଥିଲା । ମାତ୍ର ଏହାର ସମାଧାନ ନହେବା ଯୋଗୁଁ ଗ୍ରାମବାସୀ ଉତ୍ୟକ୍ତ ହୋଇ ଗଁଦିଆ ପୋଲିସ ଭ୍ୟାନ୍ ଅଟକ ରଖିଥିଲେ । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଂଚାୟତ ଅଧିନରେ ଥିବା କୋକେଇଦା ଗ୍ରାମ ଠାରୁ କିଛି ରହିଛି ଜଗନ୍ନାଥ ଆଗ୍ରୋଭେଟ୍ ପଲଟ୍ରି ଫାର୍ମ । ସେହି ଫାର୍ମ ପରିସରରେ ଗୋଟିଏ ଦାନା ଫ୍ୟାକ୍ଟ୍ରି କରାଯିବାର ବ୍ୟବସ୍ଥା ରହିଥିଲା ।

ମାତ୍ର ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ । ଉକ୍ତ ଫାର୍ମରେ ନିକଟସ୍ଥ ଗ୍ରାମ କୁସିଦାର କିଛି ଯୁବକ କାମ କରୁଥିଲେ । ସେହି ଯୁବକ ମାନେ କୋକେଇଦା ଗ୍ରାମ ଦେଇ ଫାର୍ମକୁ ଯାଇଥିବା ରାସ୍ତାରେ ଯିବା ସମୟରେ ଗ୍ରାମର ଝିଅ ବୋହୁକୁ ଅସଭ୍ୟ ଭାଷାରେ ଗାଳି କରୁଥିଲେ । ପ୍ରଶାସନର ବାରଣ ସତ୍ୱେ ମଧ୍ୟ କମ୍ପାନୀର କର୍ମଚାରୀ ମାନେ ମାନୁ ନଥିଲେ ।

ଏନେଇ ଗଁଦିଆ ଥାନାରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୈାଣସି ସମାଧାନ ହେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହାକୁ କେନ୍ଦ୍ର କରି ଗତ କାଲି ରାତିରେ କୋକେଇଦା ଗ୍ରାମରେ ସଭା ଚାଲିଥିବା ଖବର ପାଇ ଗଁଦିଆ ପେଟ୍ରୋଲିଂ ଭ୍ୟାନ୍ ସେଠାରେ ପହଚିଂଥିଲା। ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏହାର ସମାଧାନ କରିବା ପାଇଁ ପୋଲିସ୍ ଭ୍ୟାନ୍ ଅଟକ ରଖିଥିଲେ । ପରେ ଗଁଦିଆ ଥାନା ଅଧିକାରୀ ସେଠାରେ ପହଚିଂ ବୁଝାସୁଝା କରିବା ପରେ ଭ୍ୟାନଟିକୁ ଛାଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking