29.1 C
Bhubaneswar
Friday, April 26, 2024
Homeଓଡିଶାଆୟୁଷ ନିର୍ଦ୍ଦେଶକ ଗିରଫ

ଆୟୁଷ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ ଓ ମେସେଜ କରିବା ପଡିଲା ମହଙ୍ଗା । ଶେଷରେ ଗିରଫ ହୋଇଛନ୍ତି ଆୟୁଷ ନିର୍ଦ୍ଦେଶକ । ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ଗିରଫ ହୋଇଛନ୍ତି । ଭୁବନେଶ୍ୱର ମହିଳା ଥାନା ପୋଲିସ ନିର୍ଦ୍ଦେଶକଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । କିଛି ସମୟ ପୂର୍ବରୁ ମହିଳା ଥାନାରେ ନିର୍ଦ୍ଦେଶକ ବିଭୁପ୍ରସାଦ ହାଜର ହୋଇଥିଲେ । ଏବଂ ଏହି ମାମଲାରେ ତାଙ୍କୁ ପଚରାଉଚୁରା କରାଯାଉଥିଲା । ହେଲେ ବର୍ତ୍ତମାନ ସେ ଗିରଫ ହୋଇଛନ୍ତି । କିଛିଦିନ ତଳେ ଜଣେ ଯୁବତୀ ତାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯାହା ପରେ ସେ ଏବେ ଗିରଫ ହୋଇଛନ୍ତି । ଯୁବତୀଙ୍କୁ ସେ ଦୀର୍ଘ ଦିନ ଧରି ଅଶ୍ଳୀଳ ମେସେଜ କରି ଚାଟିଂ କରୁଥିବା ନେଇ ଯୁବତୀ ଜଣକ ମହିଳା ଥାନାରେ ଏତଲା ଦେଇଥିଲେ । ପରେ ଯୁବତୀ ଜଣକ ସଂପର୍କ ନ ରଖିବାକୁ କହିବା ପରେ ମଧ୍ୟ ବିଭୁ ପ୍ରସାଦ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ପରେ ମାମଲା ରୁଜୁ ହେବା ପରେ ଉଭୟଙ୍କ ଫୋନକୁ ପୋଲିସ ଯାଂଚ୍ କରିଥିଲା । ପ୍ରାଥମିକ ଭାବେ ପୋଲିସ ହାତରେ ପ୍ରମାଣ ଲାଗିବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି  ।

କଟକରେ ୧୧ ପଜେଟିଭ ଚିହ୍ନଟ ; ୩ ଲୋକାଲ୍‌

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking